ଅଣହିନ୍ଦୁ ଉପସ୍ଥାପକଙ୍କୁ ଦେଖି ମୁହଁ ଲୁଚାଇଦେଲେ ହମ୍‌ ହିନ୍ଦୁର ସଂସ୍ଥାପକ ! ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଦକ୍ଷିଣପନ୍ଥୀ ସଂସ୍ଥା ହମ୍‌ ହିନ୍ଦୁର ସଂସ୍ଥାପକ ଅଜୟ ଗୌତମଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜର ମୁହଁ ଲୁଚାଇ ଦେଇଥିବା ଦେଖିବାକୁ ମିିଳିଛି । ଏକ ନିଉଜ୍‌ ଚ୍ୟାନେଲକୁ କୌଣସି ବିଷୟରେ ଆଲୋଚନା କରିବା ପାଇଁ ଅଜୟଙ୍କୁ ଡ଼କା ଯାଇଥିବା ବେଳେ ସେଠାରେ ଅଣହିନ୍ଦୁ ଉପସ୍ଥାପକଙ୍କୁ ଦେଖି ସେ ଏଭଳି କରିଥିଲେ ବୋଲି କୁହାଯାଉଛି । ଭିଡିଓଟି ଏବେ ଟୁଇଟ୍‌ରରେ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କୁ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଅଜୟ ଗୌତମ ୨୦୧୫ରେ ହମ୍‌ ହିନ୍ଦୁ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ । ଏକ ଆଲୋଚନାରେ ଭାଗ ନେବା ପାଇଁ ତାଙ୍କୁ ଡ଼କାଯିବା ପରେ ନ୍ୟୁଜ୍‌ ରୁମ୍‌ରେ ଅଣହିନ୍ଦୁ ଉପସ୍ଥାପକ ମହମ୍ମଦ ଖାଲିଦ୍‌ଙ୍କୁ ଦେଖି ସେ ନିଜର ଦୁଇ ହାତ ମୁହଁରେ ରଖି ଦେଇଥିଲେ । ପରେ ଅଜୟ ମହମ୍ମଦଙ୍କୁ ସିଧା ଦେଖିବା ପାଇଁ ମନା କରି ଦେଇଥିଲେ । ଅଜୟଙ୍କ ଏଭଳି ବ୍ୟବହାରକୁ ନ୍ୟୁଜ୍‌ ୨୪ ବିରୋଧ କରିବା ସହ ଆଗକୁ ତାଙ୍କୁ କୌଣସି ଆଲୋଚନାରେ ଡ଼ାକିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର