ନୂଆଦିଲ୍ଲୀ: ୨ୟ ଦିନରେ ଇଡିରେ ହାଜର ହୋଇଛନ୍ତି ରବର୍ଟ ଭଦ୍ରା । ତେବେ ଆଜି ବି ବିଜେପି ସରକାର ଉପରେ ବର୍ଷିଛନ୍ତି ରବର୍ଟ । ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେବା ବେଳେ ରବର୍ଟ କହିଛନ୍ତି- ଆମେ କାହାକୁ ଡରୁନା, ଲୋକଙ୍କ କଥା କହୁଛୁ ଲୋକଙ୍କ ସମସ୍ୟା ଦେଖାଉଛୁ ତେଣୁ ଟାର୍ଗେଟର ଶିକାର ହେଉଛୁ ।
#WATCH | Delhi: On ED interrogation in the Gurugram land case, businessman Robert Vadra says, "I was surprised seeing the second summon from the agency as I have already appeared 15 times before the agency regarding the same case. I was questioned for 10 hours, and I gave 23,000… pic.twitter.com/TQg5RUDeEL
— ANI (@ANI) April 16, 2025
ସବୁ ସମୟର ଖେଳ, ଆଜି ଆମେ ହଇରାଣ ହେଉଛୁ, କାଲି ସେମାନଙ୍କ ପାଳି ପଡିପାରେ ବୋଲି କହି ଭବିଷ୍ୟତର ଇସାରା ଦେଇଛନ୍ତି ରବର୍ଟ । ଏହି ମାମଲାରେ ମତେ କ୍ଲିନଚିଟ୍ ମିଳିସାରିଛି କିନ୍ତୁ ମୁଁ ବୁଝି ପାରୁନି ୭ ବର୍ଷ ପରେ କଣ ପାଇଁ ସେହି ପ୍ରଶ୍ନ ମତେ ପଚରାଯାଉଛି । ମାମଲାରେ କିଛି ନାହିଁ, ମୁଁ ଇଡିର ସବୁ ପ୍ରଶ୍ନର ଉତ୍ତର ଦେବି । ମୁଁ ତଦନ୍ତରେ ସହଯୋଗ କରିବି । ଯେଉଁ ଅଭିଯୋଗ ହେଉଛି ମୁଁ ଇଡିକୁ ଅଣଦେଖା କରୁଛି ଏହା ଭୁଲ । ମୁଁ ଦେଶ ଛାଡି କୁଆଡେ ଯାଉନି, ଯେତେ ପ୍ରଶ୍ନ ପଚାରିବାର ଅଛି ସେମାନେ ପଚାରନ୍ତୁ ।
ଗତକାଲି ମଧ୍ୟ ଇଡି ରବର୍ଟଙ୍କୁ ଜେରା କରିଥିଲା । ରବର୍ଟ କହିଥିଲେ ମାମଲାରେ କିଛି ନାହିଁ । ୨୦ ବର୍ଷରେ ମୁଁ ୧୫ ଥର ଇଡିରେ ହାଜର ହୋଇ ସାରିଲିଣି । ଆଉ ସେମାନେ ମତେ ପ୍ରତି ଥର ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରନ୍ତି । ମୁଁ ସବୁ ପ୍ରଶ୍ନର ଉତ୍ତର ଦିଏ ସବୁଥିରେ ସହଯୋଗ କରେ । ଏଜାବତ ୨୩୦୦୦ ଡକ୍ୟୁମେଣ୍ଟ ଇଡିରେ ସେ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା ।
#WATCH | Delhi: "Hum kisi se darte nahi hai...We are the target because we are relevant. Whether Rahul Gandhi is stopped in the parliament or I am stopped outside. We are the target for sure but we are not the soft target, we are the hard target..." says businessman Robert Vadra… pic.twitter.com/B4mmkqPd4k
— ANI (@ANI) April 16, 2025
ତେବେ ଅନ୍ୟ ଏକ ସାଙ୍ଘାତିକ ଅଭିଯୋଗ ଆଣି ରବର୍ଟ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଯେବେ ବି ମୁଁ ଲୋକଙ୍କ କଥା କୁହେ କିମ୍ବା ଜନତାଙ୍କ ପକ୍ଷ ନିଏ ଏମାନେ ସେବେ ମୋ ବିରୋଧରେ ଏଜେନ୍ସି ଲଗାଇ ଦିଅନ୍ତି । ମୋ ସ୍ବରକୁ ଚାପିବାକୁ, ପ୍ରକୃତ ଘଟଣାକୁ ଦବାଇ ଦେବାକୁ ଏମାନେ ମୋ ସହ ଜଡିତ ପୁରୁଣା ପ୍ରସଙ୍ଗକୁ ଉଠାନ୍ତି । ସଂସଦରେ ରାହୁଲଙ୍କ ସ୍ବର ଚାପିବାକୁ ଉଦ୍ୟମ ହେଉଛି ଆଉ ଏଠି ମୋର ସ୍ବର ଚାପିବାକୁ ଇଡିର ଅପବ୍ୟବହାର କରାଯାଉଛି । ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ, ଯେବେ ବି ମୁଁ ରାଜନୀତିରେ ପାଦ ଦେବାକୁ ଭାବୁଛି ଏମାନେ ମତେ ରାଜନୀତିକୁ ଆସିବାକୁ ଦେଉନାହାନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଥିଲେ ରବର୍ଟ ।