ଏହି ଯୁବତୀ ଅଣ୍ଟାରେ ବୋମା ବାନ୍ଧି ବିସ୍ଫୋରଣ କରିଥାନ୍ତା, ଧରାପଡ଼ିଲା

ଶ୍ରୀନଗର: ଗଣତନ୍ତ୍ର ଦିବସରେ ସାରାଦେଶରେ ଲୋକମାନେ ଉତ୍ସବ ମନାଉଥିବାବେଳେ ଆକ୍ରମଣ କରି ଏହି ଆନନ୍ଦରେ ଭଟ୍ଟା ପକାଇବାକୁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ । ଗତକାଲି ରାତିରେ ଜାମ୍ମୁ ଓ କଶ୍ମୀରରେ ଜଣେ ମହିଳା ଆତ୍ମଘାତି ଆତଙ୍କବାଦୀ ଗିରଫ ହେବା ପରେ ପୁଲିସ ଓ ଗୁଇନ୍ଦା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ।

ଏହି ମହିଳା ଆତଙ୍କବାଦୀର ନାଁ ସାଦିୟା ଅନଓ୍ଵର ଶେଖ୍‌ ଓ ତାହାର ବୟସ ମାତ୍ର ୧୮ ବର୍ଷ । ପୁନେର ଅଧିବାସୀ ଏହି ମହିଳା ଗତ କିଛି ବର୍ଷ ଧରି ଆଇଏସର ସଂପର୍କରେ ଥିଲା ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ସେ ଜାନୁୟାରୀ ୨୬ରେ ରାଜ୍ୟରେ ଗଣତନ୍ତ୍ର ଦିବସ ଉତ୍ସବକୁ ଭଣ୍ଡୁର କରିବା ଲକ୍ଷ୍ୟରେ ଆତ୍ମଘାତି ବୋମା ବିସ୍ପୋରଣ କରିଥାନ୍ତା ବୋଲି ଜଣାପଡିଛି ।

ତେବେ ଆତଙ୍କବାଦୀଙ୍କ ଏପରି ଏକ ଷଡ଼ଯନ୍ତ୍ର ବିଷୟରେ ଭାରତୀୟ ଗୁଇନ୍ଦା ବିଭାଗ ପୂର୍ବରୁ ସୁରାକ ପାଇଥିଲା । ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସେନା ଓ ପୁଲିସକୁ ସତର୍କ କରିଦିଆଯାଇଥିଲା । ଫଳରେ ଗତ କାଲି ଏକ ସ୍ୱତନ୍ତ୍ର ଅପରେସନ ପରେ ଦକ୍ଷିଣ କାଶ୍ମୀରରୁ ଶେଖ୍‌କୁ ଗିରଫ କରାଯାଇଥିଲା ।

ଗତ ୨୦୧୫ରେ ଏହି ଯୁବତୀକୁ ମହାରାଷ୍ଟ୍ରର ଏଟିଏସ ଗିରଫ କରି ପଚରା ଉଚୁରା କରିଥିଲା । ଏଥିରୁ ଜଣାପଡିଥିଲା ଯେ ସେ ସିରିୟା ଯିବାକୁ ଯୋଜନା କରୁଥିଲା । ଏହା ପରେ ତାକୁ ଥଇଥାନ କେନ୍ଦ୍ରକୁ ପଠାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର