ଫିନିକ୍ସ୍‌: ଆମେରିକୀୟ ପ୍ରଦେଶ ଏରିଜୋନାରେ ଥିବା ଏକ ‘ଗୁଡ୍‌ୱିଲ୍‌ ଷ୍ଟୋର୍‌’ରେ (ଶସ୍ତାରେ ସାମଗ୍ରୀ ବିକ୍ରୟ ଦୋକାନ) ରଖାଯାଇଥିବା ଏକ ଦାନପାତ୍ରରୁ (ବାକ୍ସ) ମଣିଷ ଖପୁରି ବାହାରିବା ସଂକ୍ରାନ୍ତରେ ପୁଲିସ ତଦନ୍ତ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ମିଳିଥିବା ସାମଗ୍ରୀଟି ପ୍ରକୃତରେ ମଣିଷ ଖପୁରି। ଏ ସଂକ୍ରାନ୍ତରେ ପୁଲିସ ମୁଖପାତ୍ରୀ ଲିଜା ବେରି କହିଛନ୍ତି, ଗତ ସପ୍ତାହାନ୍ତରେ ଉକ୍ତ ଦାନବାକ୍ସଟିକୁ ଅନ୍ୟତ୍ର ନିଆଯାଇଥିଲା। ପରେ ମଙ୍ଗଳବାର ଦିନ ସେଇଟିକୁ ‘ଷ୍ଟୋର୍‌’ର କର୍ମଚାରୀମାନେ ଖୋଲିବାରୁ ସେଥିରୁ ଖପୁରି ବାହାରିଥିଲା।

publive-image Image Courtesy of CTV News

ପୁଲିସ ଉକ୍ତ ଖପୁରିକୁ ଡାକ୍ତରୀ ପରୀକ୍ଷା ପାଇଁ ମାରିକୋପା କାଉଣ୍ଟି  ମେଡିକାଲ୍‌ ଏକ୍ଜାମିନର୍‌କୁ ପଠାଇଥିଲା। ଅନ୍‌ଲାଇନ୍‌ରେ ସେୟାର୍‌ କରାଯାଇଥିବା ଫଟୋରେ ଦେଖାଯାଉଛି ସେ ଖପୁରିର ଉପର ମାଢ଼ିରେ କ‌େତୋଟି ଦାନ୍ତ ମଧ୍ୟ ଅଛି, କିନ୍ତୁ ଅଧଃହନୁ (ତଳ ମାଢ଼ି) ନାହିଁ। ସେହିପରି, ବାମ ପାର୍ଶ୍ବ ଆଖି କୋରଡ଼ରେ ଲାଗିଛି ଗୋଟାଏ କୃତ୍ରିମ ଆଖି। ଖପୁରି ସାରା କଳା ଦାଗ ପଡ଼ିଛି।

ବାସ୍ତବରେ ତାହା ମଣିଷ ଖପୁରି ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି। କିନ୍ତୁ, ତାହା ଅତି ପ୍ରାଚୀନ ଖପୁରି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ସେଥିଲାଗି ଫୋରେନ୍‌ସିକ୍‌ ପରୀକ୍ଷା ଅନାବଶ୍ୟକ ବୋଲି ବେରି କହିଛନ୍ତି। ଏହା ସହିତ ଅପରାଧର କୌଣସି ସମ୍ପର୍କ ନାହିଁ।