ଆସନ୍ତା ମାସରୁ ଭାରତରେ ଋଷୀୟ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହ ସୁଦ୍ଧା ଭାରତରେ ଅକ୍ସଫୋର୍ଡ ଟିକା ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଯଥାକ୍ରମେ ୩ୟ ଓ ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ।  ଭାରତରେ ମଧ୍ୟ ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକର ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭାରତରେ ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ, ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକୋଭ-ଡିର ମାନବ ପରୀକ୍ଷଣ କରାଯାଉଛି । ଆସନ୍ତା ସପ୍ତାହରେ କୋଭିସିଲ୍ଡର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ କୋଭାକ୍ସିନ ଓ ଜାଇକୋଭ-ଡି ର ୨ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ତେବେ ଋଷିଆର ସ୍ପୁଟନିକ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଯୋଜନା କରାଯାଉଛି । ଆସନ୍ତା ମାସଠାରୁ ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ନିତି ଆୟୋଗର ସଦସ୍ୟ ଭି.କେ. ପଲ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୨,୭୭୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୭୫୮୦୯ଟି ନୂଆ ମାମଲା ଓ ୧୧୩୩ ଟି ମୃତ୍ୟୁ ହୋଇଛି ।

 

ସମ୍ବନ୍ଧିତ ଖବର