ବର୍ଷେ ହେବ ଫ୍ରିଜରେ ପଡ଼ି ରହିଛି ୧୦୦୦ ଆଇଏସ୍‌ ଆତଙ୍କବାଦୀଙ୍କ ମୃତଦେହ,ଅନ୍ତିମ ସଂସ୍କାର କରିବାକୁ କେହି ନାହାନ୍ତି 

ଲିବିୟା: ଲିବିୟାର ମିସରାୟା ସହରର ଏକସ୍ଥାନରେ ଡିପ୍‌ ଫ୍ରିଜର କଣ୍ଟେନରରେ ଏକ ବର୍ଷ ହେବ ପାଖାପାଖି ହଜାର ମୃତଦେହକୁ ରଖାଯାଇଛି। ଏହି ମୃତଦେହଗୁଡ଼ିକ ଗତବର୍ଷ ସିରିୟାରେ ଆମେରିକା ସେନା ଏନ୍‌କାଉଣ୍ଟରେ ନିହତ ହୋଇଥିବା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କର ବୋଲି କୁହାଯାଉଛି।

ଆତଙ୍କବାଦୀଙ୍କ ମୃତଦେହ ଥିବା ଡିପ୍‌ ଫ୍ରିଜର କଣ୍ଟେନରକୁ ଦେଖାଶୁଣା କରନ୍ତି ଅଲ୍ଲୀ ତୁବୈଲେବ। ମୃତଦେହ ଥିବା ସ୍ଥାନର ତାପମାତ୍ରା ୧୮ରୁ ୨୦ଡିଗ୍ରୀ ରହିଥାଏ। ଅଲ୍ଲୀଙ୍କ ପାଖରେ ମୃତ ଆତଙ୍କବାଦୀଙ୍କ ଡିଏନ୍‌ଏ ସ୍ୟାମ୍ପଲ ସହିତ ସମସ୍ତଙ୍କ ଫଟୋ ବି ରହିଛି। ଏହା ସେ ଏଥିପାଇଁ ରଖିଛନ୍ତି ଯଦି କେବେ ଏହି ମୃତଦେହକୁ ନେବା ପାଇଁ କେହି ଆସନ୍ତି, ତେବେ ଡିଏନ୍‌ଏ ସ୍ୟାମ୍ପଲ ଓ ଫଟୋ ଦ୍ୱାରା ସେମାନଙ୍କ ପରିବାରବର୍ଗ ତାଙ୍କ ସମ୍ପର୍କୀୟକୁ ପରଖିବାରେ ସହଜ ହେବ।

ଅଲ୍ଲୀ କହନ୍ତି, ଏକ ବର୍ଷ ହେବ ଆତଙ୍କବାଦୀଙ୍କର ଶବ ନେବା ପାଇଁ କେହି ହେଲେ ଆସି ନାହାନ୍ତି। ୧୦୦୦ଟି ମୃତଦେହ ରଖାଯାଇଥିବା ଏହି ଫ୍ରିଜ୍‌କୁ ଏକ ଘରୋଇ କମ୍ପାନିଠାରୁ ଭଡ଼ାରେ ଅଣାଯାଇଥିଲା। ଏହି ଫ୍ରିଜ ପାଇଁ ସବୁବେଳେ ବିଜୁଳି ରହିବା ଆବଶ୍ୟକ ହୋଇଥାଏ। ଗରମ ଦିନରେ ବିଜୁଳି କଟି ଗଲେ ଜେନେରେଟର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଯେଉଁ କମ୍ପାନିଙ୍କଠାରୁ ଏହି ଫ୍ରିଜର ଭଡ଼ାରେ ଅଣାଯାଇଥିଲା ସେମାନେ ଏବେ ଏହାକୁ ଫେରସ୍ତ କରିବାକୁ କହୁଛନ୍ତି। 

ଅଲ୍ଲୀ କହନ୍ତି, ଏକ ବର୍ଷ ହେବ ମୃତ ଆତଙ୍କବାଦୀଙ୍କ ଶବ ନେବା ପାଇଁ କେହି ହେଲେ ଆସି ନାହାନ୍ତି। ୧୦୦୦ଟି ମୃତଦେହ ରଖାଯାଇଥିବା ଏହି ଫ୍ରିଜ୍‌କୁ ଏକ ଘରୋଇ କମ୍ପାନିଠାରୁ ଭଡ଼ାରେ ଅଣାଯାଇଥିଲା। ଏହି ଫ୍ରିଜ ପାଇଁ ସବୁବେଳେ ବିଜୁଳି ରହିବା ଆବଶ୍ୟକ ହୋଇଥାଏ। ଗରମ ଦିନରେ ବିଜୁଳି କଟିଗଲେ ଜେନେରେଟର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଯେଉଁ କମ୍ପାନିଙ୍କଠାରୁ ଏହି ଫ୍ରିଜର ଭଡ଼ାରେ ଅଣାଯାଇଥିଲା ସେମାନେ ଏବେ ଏହାକୁ ଫେରସ୍ତ କରିବାକୁ କହୁଛନ୍ତି।

ଅଲ୍ଲୀ ସେହି କମ୍ପାନିକୁ ଜଣାଇଛନ୍ତି, ଯଦି ଫ୍ରିଜ ନେବାକୁ ଚାହୁଁଛ ତେବେ ମୃତ ଦେହ ସହ ନେଇଯା, ନହେଲେ ଏମାନଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅପେକ୍ଷା କରି ରୁହ।

ଲିବିୟାର ଜଣେ ଅଧିକାରୀଙ୍କ କହିବାନୁସାରେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଫ୍ରିଜର ଉପଲବ୍ଧ ନାହିଁ, ସେଥିପାଇଁ ସମସ୍ତ ମୃତଦେହକୁ ଏହି ଫ୍ରିଜରେ ହିଁ ରଖିବାକୁ ପଡ଼ୁଛି। ଅଲ୍ଲି ସମସ୍ତ ମୃତ ଆତଙ୍କବାଦୀଙ୍କ ପରିଚୟ ଲିବିବୟା ରାଜଧାନୀ ତ୍ରିପୋଲି ସରକାରୀ ଅଧିକାରୀଙ୍କୁ ପଠାଇ ଦେଇଛନ୍ତି। ଏବେ ସରକାର ଅଧିକାରୀ ହିଁ ନିର୍ଣ୍ଣୟ କରିବେ କି ଏହି ମୃତ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର କେବେ ଓ କେଉଁଠି କରାଯିବ।

ସମ୍ବନ୍ଧିତ ଖବର