ପଣଜୀ: ଗୁରବାର ଦିନ ଭାସ୍କୋ ସିଟି- ପଣଜୀକୁ ସଂଯୋଗ କରୁଥିବା ରାଜପଥରେ ଆମୋନିଆ ଗ୍ୟାସ ନେଇ ଯାଉଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ନିକଟସ୍ଥ ଚିକାଲିମ୍ ଗ୍ରାମବାସୀମାନଙ୍କୁ ସେମାନଙ୍କ ଘରୁ ବାହାର କରାଯାଇ ଦୂରବର୍ତ୍ତୀ ସ୍ଥାନକୁ ନିଆଯାଇଥିଲା। ଅନ୍ୟ ଦୁଇ ଜଣ ମହିଳାଙ୍କୁ ଡାକ୍ତରଖାନା ମଧ୍ୟ ନିଆ ଯାଇଥିଲା।
ମୋର୍ମୁଗାଓ ବନ୍ଦରରୁ ଜୁଆରି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍କୁ ଆମୋନିଆ ଗ୍ୟାସ୍ ନେଇ ଯାଉଥିବା ଏକ ଟ୍ୟାଙ୍କର୍ ରାତି ୨ଟା ୪୫ ମିନିଟ୍ରେ ହାଇେଓ୍ଵ’ରେ ଓଲଟି ପଡ଼ିବାରୁ ଏଥିରୁ ଗ୍ୟାସ୍ ଲିକ୍ କରିଥିଲା।
ତୁରନ୍ତ ଘଟଣାସ୍ଥଳକୁ ବିପର୍ଯ୍ୟୟ ପ୍ରଶମନ ଦଳକୁ ପଠାଯାଇଥିଲା। ପୁଲିସ ଏବଂ ଦମକଳବାହିନୀ କର୍ମଚାରୀମାନଙ୍କୁ ସେ ଅଞ୍ଚଳରୁ ଲୋକମାନଙ୍କୁ ନିଦରୁ ଉଠାଇ ନିରାପଦ ସ୍ଥାନକୁ ପଠାଇବାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା।
ଅଣନିଶ୍ୱାସୀ ହୋଇପଡ଼ିଥିବା ଦୁଇ ଜଣ ମହିଳାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନେ ଦୁର୍ଘଟନା ଘଟିଥିବା ସ୍ଥାନର ପାଖାପାଖି ଶୋଇଥିଲେ।
ଭାସ୍କୋ ପୁଲିସ ଇନ୍ସ୍ପେକ୍ଟର୍ ନୋଲାସ୍କୋ ରାପୋସୋ କହନ୍ତି: ଲିକ୍ ଖବର ପାଇ ସେ ଜୁଆରି ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରି ସେଫ୍ଟି ଅଫିସର୍ଙ୍କ ସହ ଯୋଗାଯୋଗ କରିଛନ୍ତି। ପରିସ୍ଥିତିର ମୁକାବିଲା କରିବାକୁ ଘଟନାସ୍ଥଳକୁ ଉଦ୍ଧାରକାରୀ ଦଳକୁ ପଠା ଯାଇଛି।
ଚିକାଲିମ୍ ଗାଁ’ ଭିତର ଦେଇ ଯାଇଥିବା ରାଜପଥକୁ ବନ୍ଦ ରଖାଯାଇ ଯାନବାହନ ସବୁକୁ ଅନ୍ୟ ରାସ୍ତାରେ ଛଡ଼ା ଯାଉଛି। ଏ ଅଞ୍ଚଳ ଛାଡ଼ି ଚାଲିଯିବା ସହ ମୁହଁକୁ ମାସ୍କ୍ କିଂବା ଓଦା କନାରେ ଢାଙ୍କିବାକୁ କୁହାଯାଇଛି।
ସେ ଅଞ୍ଚଳରେ ପ୍ରାୟ ୩୦୦ ଘର ଅବସ୍ଥିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/tanker.jpg)