ନୋଇଡା : ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି । ଏହା ଫଳରେ ନୋଇଡାରର ଏକ ବଡ଼ ଅଂଚଳ ଜଳମଗ୍ନ ହୋଇଛି । ନୋଇଡାର ଗୌତମ ବୁଦ୍ଧ ନଗର ଚିଜାରାସୀ ଗ୍ରାମରୁ ମୋମନାଥଲ ପର୍ଯ୍ୟନ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବନ୍ୟା ଜଳ ଯୋଗୁଁ ଅନେକ ବେଆଇନ କଲୋନୀରେ ପାଣି ପଶିଯାଇଛି । ସେହିପରି ନୋଇଡାର ସେକ୍ଟର-୧୪୨ରେ ଥିବା ଇକୋଟେକ୍-୩ ନିକଟରେ ଥିବା ଏକ ବେଆଇନ ପାର୍କିଂରେ ବନ୍ୟା ଜଳ ପ୍ରବେଶ କରିବା ପରେ ସେଠାରେ ଥିବା ଶହ ଶହ କାର ପାଣିରେ ବୁଡ଼ିଯାଇଛି । ଗଣମାଧ୍ୟମର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ପ୍ରାୟ ୩ ଶହରୁ ଅଧିକ କାର ପାଣିରେ ବୁଡ଼ିଯାଇଛି ।
ହିଣ୍ଡନ ନଦୀ ତଟରେ ଥିବା ଅଂଚଳ ସୁତ୍ୟାନା, କୁଲେସରା ଓ ଶାହଦରା ସମେତ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରେ ରହିବାକୁ ପୁଲିସ ସତର୍କ କରାଇଛି ।
ଅନ୍ୟପକ୍ଷରେ ହିଣ୍ଡନ ନଦୀରେ ଆସିଥିବା ଏହି ବନ୍ୟା ଫଳରେ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ଦିନ ଗାଜିଆବାଦରେ ବନ୍ୟାଜଳରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମଙ୍ଗଳବାର ମୌନୀ କୁମାରି ନାମକଜଣେ ୪୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ନିଜର ଘର ପାଖରେ ଛିଡ଼ା ହୋଇଥିବାବେଳେ ପାଣିରେ ତାଙ୍କ ଗୋଡ଼ ଖସିଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/WhatsApp-Image-2023-07-25-at-18.14.53-1.jpeg)