କର୍ଣ୍ଣାଟକରେ ୩ ବର୍ଷ‌ରେ ଶତାଧିକ ଘୃଣା ଭାଷଣ, ୫୨% ବେଙ୍ଗାଲୁରୁରେ

ବେଙ୍ଗାଲୁରୁ : ଜାନୁଆରି ୨୦୨୦ରୁ ଜାନୁଆରି ୨୦୨୩ ଭିତରେ କର୍ଣ୍ଣାଟକରେ ୧୦୫ଟି ଘୃଣା ଭାଷଣ (ହେଟ୍‌ ସ୍ପିଚ୍) ଦିଆଯାଇଥିବା ଥାନାଗୁଡ଼ିକରେ ପଞ୍ଜୀକୃତ ମାମଲା ସଂଖ୍ୟାରୁ ଜଣାପଡ଼ିଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ରାଜ୍ୟର ୨୪ଟି ଜିଲ୍ଲାରେ ଏପରି ଭାଷଣ ଦିଆଯାଇଥିବା ବେଳେ କେବଳ ବେଙ୍ଗାଲୁରୁରେ ପଞ୍ଜୀକୃତ ମାମଲା ସଂଖ୍ୟା ୫୨ ପ୍ରତିଶତରୁ ଅଧିକ।

ସରକାରଙ୍କ ପ୍ରଦତ୍ତ ସୂଚନା ଅନୁସାରେ ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ କରୁଥିବା ଏପରି ଘୃଣା ଭାଷଣକୁ ନିୟନ୍ତ୍ରଣ କରିବା ଗୃହ ବିଭାଗର ଦାୟିତ୍ବ। ଗୃହ ବିଭାଗ ତା’ର ଦାୟିତ୍ବ ନିର୍ବାହ କରୁଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନ୍ତିମ ରିପୋର୍ଟ କୋର୍ଟରେ ଦାଖଲ କରାଯାଉଛି। ଏପରି ଘୃଣା ଭାଷଣ ନେଇ ଅଭିଯୋଗ ଆସିଲେ ପୁଲିସ ଅଧିକାରୀମାନଙ୍କୁ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି। ଏହାକୁ ନେଇ ସମାଜରେ ଯେପରି ଶନ୍ତିଶୃଙ୍ଖଳା ବ୍ୟାହତ ନ ହୁଏ ତା’ ଉପରେ ପୁଲିସ ନିଘା ରଖୁଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ୨୦୨୨ରେ ସର୍ବାଧିକ ମାମଲା ପଞ୍ଜୀକୃତ ହୋଇଛି, ଯାହା ୨୦୨୧ ତୁଳନାରେ ପ୍ରାୟ ଦୁଇଗୁଣ। ୨୦୨୧ରେ ପୂର୍ବ ବର୍ଷ ତୁଳନାରେ ୪୬% କମ୍ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ମୋଟ ୧୦୫ଟି ଘୃଣା ଭାଷଣ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ୫୫ଟି କେବଳ ବେଙ୍ଗାଲୁରୁରେ ଦିଆଯାଇଥିଲା।

ସମ୍ବନ୍ଧିତ ଖବର