କାବୁଲ: ଆଫଗାନିସ୍ତାନକୁ ଦଖଲ କରିବାରେ ତାଲିବାନ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଦେଶରୁ ସମର୍ଥନ ପାଇପାରିନାହିଁ। ତାଲିବାନ ଆଗକୁ ନିଜ ସରକାର ଗଢ଼ିବାକୁ ଯାଉଥିବା ବେଳେ ଏବେ ଦେଶକୁ ଆର୍ଥିକ ସହାୟତା ଯୋଗାଉଥିବା ଦାତାମାନେ ଟଙ୍କା ଦେବାକୁ ମନା କରିଦେଇଛନ୍ତି। ନୂତନ ତାଲିବାନ ସରକାରଙ୍କ ସହ କାରବାର କରିବାକୁ ସେମାନଙ୍କୁ ବାରଣ କରାଯାଇଥିବାରୁ ସେମାନେ ଆଗକୁ ଆର୍ଥିକ ସହାୟତା ଯୋଗାଇବେ ନାହିଁ ବୋଲି କହିଛନ୍ତି। ତେବେ ଏଭଳି ହେବା ଦ୍ବାରା ଆଫଗାନିସ୍ତାନରେ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି।
www.indiatoday.inଆର୍ଥିକ ସହାୟତା ବନ୍ଦ ହେବା ପରେ ଆଫଗାନିସ୍ତାନରେ ଥିବା ୨୩୦୦ ଡାକ୍ତରଖାନା ମଧ୍ୟରୁ ୯୦% ଡାକ୍ତରଖାନା ବନ୍ଦ ହେବା ସ୍ଥିତିରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ('ହୁ') ପକ୍ଷରୁ କୁହାଯାଇଛି। ତେବେ ଏଭଳି ହେଲେ ଆଫଗାନିସ୍ତାନରେ ରୋଗୀଙ୍କ ସହ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ 'ହୁ' ୫୦୦ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ଉପକରଣ ଦେଇ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚେଷ୍ଟା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/90-Percent-Health-Facilities-to-be-Closed-in-Afghanistan-This-Week_Thumbnail.jpg)