ପ୍ରୟାଗରାଜ: ମହାକୁମ୍ଭରେ ଶତାଧିକ ପୁରୁଷ ଓ ମହିଳା ଯୁବକଙ୍କ ସହ ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସ ଗ୍ରହଣ କରିଛନ୍ତି। ୧୪୪ ବର୍ଷ ପରେ ଆୟୋଜିତ ଏହି ମହାକୁମ୍ଭରେ ଏସବୁ ଲୋକ ସାଂସାରିକ ଓ ଅଶାନ୍ତ ଜୀବନକୁ ତ୍ୟାଗ କରି ସନ୍ୟାସୀ ଜୀବନକୁ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ସନ୍ୟାସ ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରେ ସବୁ ବୟସ ବର୍ଗର ଲୋକ ଅଛନ୍ତି । ସେମାନେ ସଂସାର ତ୍ୟାଗ କରିବା ସହ ନିଜେ ନିଜର ଶ୍ରାଦ୍ଧକର୍ମ କରି ସନ୍ୟାସୀ ହୋଇଛନ୍ତି ଓ ବିଭିନ୍ନ ଅଖାଡ଼ାରେ ସାମିଲ ହୋଇଛନ୍ତି । 

Advertisment

ସନ୍ୟାସ ଗ୍ରହଣ କରିବା ପୂର୍ବରୁ ଅଖାଡ଼ା ପକ୍ଷରୁ ପ୍ରାର୍ଥୀଙ୍କ ବ୍ୟକ୍ତିଗତ, ଶିକ୍ଷାଗତ ତଥା ଅପରାଧିକ ରେକର୍ଡ ଭଲଭାବରେ ଯାଞ୍ଚ କରାଯାଏ । ସେହିପରି ମହାମଣ୍ଡଳେଶ୍ବର ହେବା ପୂର୍ବରୁ ପ୍ରାର୍ଥୀଙ୍କ ପୂର୍ବ ରେକର୍ଡ ସହ ତାଙ୍କର ଶାସ୍ତ୍ରଜ୍ଞାନ ମଧ୍ୟ ପରଖାଯାଇଥାଏ ।

sanyas

ସୂଚନା ଅନୁସାରେ ମହାକୁମ୍ଭ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାରରୁ ଅଧିକ ଲୋକ ସନ୍ୟାସ ଗ୍ରହଣ କରି ବିଭିନ୍ନ ଅଖାଡ଼ାରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ମହାମଣ୍ଡଳେଶ୍ବର ଉପାଧି ମଧ୍ୟ ପାଇଛନ୍ତି । ସନ୍ୟାସ ଗ୍ରହଣ କରିବା ପୂର୍ବରୁ ପ୍ରାର୍ଥୀଙ୍କ ବ୍ୟକ୍ତିଗତ, ଶିକ୍ଷାଗତ ତଥା ଅପରାଧିକ ରେକର୍ଡ ଭଲଭାବରେ ଯାଞ୍ଚ କରାଯାଏ । ସେହିପରି ମହାମଣ୍ଡଳେଶ୍ବର ହେବା ପୂର୍ବରୁ ପ୍ରାର୍ଥୀଙ୍କ ପୂର୍ବ ରେକର୍ଡ ସହ ତାଙ୍କର ଶାସ୍ତ୍ରଜ୍ଞାନ ମଧ୍ୟ ପରଖାଯାଇଥାଏ । ଯଦି କୌଣସି ପ୍ରାର୍ଥୀ ଏସବୁ ତଥ୍ୟ ଲୁଚାଇଥାନ୍ତି ସେମାନଙ୍କୁ ସନ୍ୟାସ ଦୀକ୍ଷା ଦିଆଯାଏ ନାହିଁ କିମ୍ବା ସନ୍ୟାସ ନେଇଥିଲେ ତାଙ୍କୁ ବହିଷ୍କାର କରାଯାଏ ।