ଚୀନ ଓ ପାକ୍‌ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ସୀମାନ୍ତକୁ ଯିବେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କରୋନା ସଙ୍କଟ ମଧ୍ୟରେ ବି ଭାରତୀୟ ସେନା ସୀମା ରକ୍ଷା କରିବାକୁ କଡ଼ାକଡ଼ି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସୀମା ସୁରକ୍ଷାକୁ ଆହୁରି ମଜବୁତ ଓ ସୁଦୃଢ଼ କରିବା ପାଇଁ ଭାରତୀୟ ସେନା ଶୀଘ୍ର ଉତ୍ତର ଏବଂ ପୂର୍ବ ସୀମାରେ ଅଧିକ ସଂଖ୍ୟକ ସୈନ୍ୟ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଜଣା ପଡିଛି, ଯାହାଦ୍ୱାରା ସୈନିକମାନଙ୍କୁ ଲକଡାଉନ କାଳରେ ବି ସୀମାନ୍ତକୁ ଅଣା ଯାଇପାରିବ | ଏଥିସହିତ ଟ୍ରେନରେ ଯାତ୍ରା କରୁଥିବା ସୈନିକମାନଙ୍କ ପ୍ରଥମେ ଡାକ୍ତରୀ ଯାଞ୍ଚ କରାଯିବା ପରେ ସେମାନେ ଯାତ୍ରା ଆରମ୍ଭ କରିବେ ବୋଲି ଜଣା ପଡିଛି। ସୁରକ୍ଷା ବଳ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଲକଡାଉନ ସମୟରେ ସୈନିକମାନଙ୍କୁ ସୀମାକୁ ନେବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ସହ ମିଶି ଭାରତୀୟ ସେନା ନିଷ୍ପତ୍ତି ନେଇଛି। ଏଥିରେ ପ୍ରଥମ ଟ୍ରେନ୍ ଏପ୍ରିଲ ୧୭ରେ ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରିବ, ଯାହା ଅମ୍ବାଲା ଦେଇ ଜାମ୍ମୁରେ ପହଞ୍ଚିବ ଏବଂ ଦ୍ୱିତୀୟ ଟ୍ରେନ୍ ଏପ୍ରିଲ ୧୮ରେ ବେଙ୍ଗାଲୁରୁରୁ ଗୌହାଟୀକୁ ଯାତ୍ରା କରିବ। ଏଥି ସହିତ ଆସନ୍ତା ସପ୍ତାହରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଉପରେ ବିଚାର କରାଯାଉଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । କରୋନା ଜନିତ ପରିସ୍ଥିତି ହେତୁ ଭାରତୀୟ ସେନା ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ସୈନିକମାନେ ସଙ୍ଗରୋଧ ଅବଧି ଶେଷ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସେମାନଙ୍କୁ ଟ୍ରେନ୍ ଯୋଗେ ପଠାଯିବ। ଏହି କ୍ଷେତ୍ରରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ।

army
oneindia

ଭାରତର ଉତ୍ତର ସୀମା ପାକିସ୍ତାନ ସହିତ ଥିବାବେଳେ ପୂର୍ବ ସୀମା ଚୀନ୍ ସହିତ ରହିଛି। କରୋନା ସଙ୍କଟ ସମୟରେ ମଧ୍ୟ ପାକିସ୍ତାନ ଆକ୍ରମଣ କରିବା ବନ୍ଦ କରୁନାହିଁ। କଶ୍ମୀର ଉପତ୍ୟକାରେ ବରଫ ତରଳିବା ଆରମ୍ଭ କରିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ। ଏହାକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବଢାଇବା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଯବାନମାନକୁ ଆଣିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ସେନା |

ସମ୍ବନ୍ଧିତ ଖବର