ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଶେଷ ଦିବସ (ଅଗଷ୍ଟ ୧୧)ରେ ରାଜ୍ୟସଭାରେ ସୁରକ୍ଷା କର୍ମଚାରୀ ଓ ବିରୋଧୀ ଦଳ ସଭ୍ୟମାନଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା। ଏହାର ତଦନ୍ତ ପାଇଁ ଗଠିତ ହେବାକୁ ଥିବା କମିଟିରେ ସାମିଲ ହେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡ଼ୁ ଦେଇଥିବା ପ୍ରସ୍ତାବକୁ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଡିଏମ୍କେ ଓ ଟିଆର୍ଏସ୍ ଭଳି ଦଳ ଗ୍ରହଣ କରିନାହାନ୍ତି। ଅନ୍ୟ ପକ୍ଷରେ କମିଟି କିମ୍ବା ପ୍ୟାନେଲ୍ରେ ସାମିଲ ହେବା ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିକୁ କେହି ଯୋଗାଯୋଗ କରିନାହାନ୍ତି ବୋଲି ‘ସମ୍ବାଦ’କୁ ଦଳର ଜଣେ ବରିଷ୍ଠ ରାଜ୍ୟସଭା ସାଂସଦ କହିଛନ୍ତି। ଯଦି ପ୍ରସ୍ତାବିତ ପ୍ୟାନେଲରେ ଦଳକୁ ଯୋଗଦେବା ପାଇଁ ନିମନ୍ତ୍ରଣ ଆସେ ସେ ସଂପର୍କରେ ଦଳର ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଏହି ସାଂସଦ ଜଣକ କହିଛନ୍ତି।
ରାଜ୍ୟସଭାରେ ହଙ୍ଗାମା ମାମଲା: କମିଟିରେ ସାମିଲ ହେବାକୁ ବିଜେଡିକୁ ଯୋଗାଯୋଗ କରାଯାଇନାହିଁ
/sambad/media/post_attachments/wp-content/uploads/2020/02/rajyasabha-zee-news.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)