ଷ୍ଟକହୋମ : ହଙ୍ଗେରିରେ ଲେଖକ ଲାସଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏହି ଉପନ୍ୟାସରେ ସାଂପ୍ରତିକ ଜର୍ମାନିର ସାମାଜିକ ଅସ୍ଥିରତା ତଥା ହିଂସା ଓ ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବର ସୁନ୍ଦର ଚିତ୍ରଣ ପାଇଁ ତାଙ୍କୁ ଚୟନ କରାଯାଇଛି ।
୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ ।
୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ ।
ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବେଲ ପୁରସ୍କାରର ବିଭିନ୍ନ ବର୍ଗ ମଧ୍ୟରେ ସାହିତ୍ୟ ପୁରସ୍କାରଟି ଅନ୍ୟତମ ଲୋକପ୍ରିୟ ପୁରସ୍କାର ଭାବେ ପରିଗଣିତ ହୋଇଥାଏ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ମହିଳା ଅଛନ୍ତି ।
ଗତ ବର୍ଷ ଦକ୍ଷିଣ କୋରିଆ ଲେଖକ ହାନ କାଙ୍ଗଙ୍କୁ ସାହିତ୍ୟ ନୋବେଲ ପୁରସ୍କାର ମିଳିଥିଲା । ସେହିପରି ୨୦୨୩ରେ ଜନ ଫୋସେ ଓ ୨୦୨୨ରେ ଆନି ଆର୍ନକ୍ସଙ୍କୁ ସାହିତ୍ୟ ନୋବେଲ ମିଳିଥିଲା । ୨୦୨୧ରେ ତାଞ୍ଜାନିଆର ଲେଖକ ଅବଦୁଲରଜାକ୍ ଗୁର୍ନାଙ୍କୁ ନୋବେଲ ସାହିତ୍ୟ ପୁରସ୍କାର ମିଳିଥିଲା । ୨୦୧୮ ମସିହାର ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇନଥିଲା। ତାହା ଏପର୍ଯ୍ୟନ୍ତ ସ୍ଥଗିତ ରହିଛି । ଯୌନ କେଳେଙ୍କାରି ଅଭିଯୋଗ ଉଠିବା ପରେ ସେବର୍ଷ ନୋବେଲ ସାହିତ୍ୟକୁ ସ୍ଥଗିତ ରଖାଯାଇଥିଲା ।