ରୋମ: କ୍ଷୁଧା, ଜଳବାୟୁ ପରିବର୍ତ୍ତନ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ଭବିଷ୍ୟତରେ ବିପତ୍ତି ଆଣିବ ଏବଂ ବିଶ୍ବବ୍ୟାପୀ ଏହି ‘ଝଡ଼’ର ପ୍ରଭାବ ଦେଖିବାକୁ ମିଳିବ ବୋଲି ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ ବେସ୍୍ଲି କହିଛନ୍ତି। ଏହି ସଙ୍କଟ ବିଶ୍ବ ବ୍ୟାପୀ ବଢ଼ିଚାଲିଛି ଏବଂ ଏକ କ୍ଷୁଧାମୁକ୍ତ ବିଶ୍ବ ପାଇଁ ଚାଲିଥିବା ପ୍ରୟାସକୁ ବଡ଼ ଝଟ୍କା ମିଳିଛି ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ବିଶ୍ବକୁ କ୍ଷୁଧାମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ସେଥିରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ଶତ୍ରୁତା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତିବନ୍ଧକ ଭାବେ ରହିଛି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକର କ୍ଷୁଧା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଫଳ ହେବା ଚିନ୍ତାର ବିଷୟ ବୋଲି ଡେଭିଡ କହିଛନ୍ତି।
କ୍ଷୁଧା, ଜଳବାୟୁ ପରିବର୍ତ୍ତନ ବଡ଼ ବିପତ୍ତି ଆଣିବ
/sambad/media/post_attachments/wp-content/uploads/2018/10/environment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)