ହୁରିୟତ ଅଧ୍ୟକ୍ଷ ଗିଲାନିଙ୍କ ଇସ୍ତଫା

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଗିଲାନି ଆଜି ତେହରିକ-ଏ-ହୁରିୟତର ମୁଖ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି। ଗତ ୧୫ ବର୍ଷ ଧରି ଉକ୍ତ ପଦବିରେ ରହିଥିବା ଗିଲାନିଙ୍କ ଇସ୍ତଫା ପରେ ବରିଷ୍ଠ ହୁରିୟତ ନେତା ମହମ୍ମଦ ଆସରଫ ସେହରାଇ ଦଳର ଅଧ୍ୟକ୍ଷ ହୋଇଛନ୍ତି। କଶ୍ମୀର ଉପତ୍ୟକାରେ ଜଣେ ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତା ଭାବେ ଜଣାଶୁଣା ଗିଲାନି ହିଁ କଶ୍ମୀର ଉପତ୍ୟକାରେ ବଢ଼ୁଥିବା ଆତଙ୍କବାଦ ଏବଂ ରକ୍ତପାତ ପାଇଁ ଦାୟୀ ବୋଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସିଧାସଳଖ ଅଭିଯୋଗ କରିଥିଲେ। ସୋପୁର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିବା ଗିଲାନି ପ୍ରଥମେ ଜମାତ-ଏ-ଇସଲାମିର ସଦସ୍ୟ ଥିବା ବେଳେ ପରେ ୨୦୦୩ ମସିହାରେ ସେ ନିଜର ଦଳ ଗଢ଼ିବା ସହ ଏହାର ଅଧ୍ୟକ୍ଷ ରହିଥିଲେ।

ସମ୍ବନ୍ଧିତ ଖବର