ଆମେରିକା ହରିକେନ୍‌ରେ ଗଲାଣି ୧୨ ଜୀବନ; ଥମୁନାହିଁ ବାତ୍ୟା

ଉତ୍ତର କରୋଲିନା: ହରିକେନ୍‌ ଫ୍ଲୋରେନ୍ସ ପ୍ରଭାବରେ ଆମେରିକାରେ ଇତିମଧ୍ୟରେ ପ୍ରାୟ ୧୨ ଜଣଙ୍କ ଜୀବନ ଯାଇ ସାରିଥିବାର ରିପୋର୍ଟ ରହିଛି। ନେସ୍‌ନାଲ୍‌ ହରିକେନ ସେଣ୍ଟର୍‌(ଏନ୍‌ଏଚ୍‌ସି) ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ରହିଛି। ୪୦ ସେଣ୍ଟିିମିଟର୍‌ ବେଗରେ ବର୍ଷା ହେଉଥିବା ରିପୋର୍ଟ ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ବାତ୍ୟା ହେତୁ ଶନିବାର ସୁଦ୍ଧା ୧୨ ଜଣଙ୍କ ଜୀବନ ଯାଇ ସାରିଲାଣି। ପ୍ରଥମ ମୃତ୍ୟୁ ଶୁକ୍ରାବାର ଭୂସ୍ଖଳନ ହେବା ହେତୁ ଆଞ୍ଚଳିକ ସମୟ ପ୍ରାୟ ସକାଳ ୭.୧୫ ସମୟରେ ଘଟିଥିଲା। ବାତ୍ୟା ପ୍ରଭାବରୁ ଅନେକ ଅଞ୍ଚଳରେ ବନ୍ୟା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି।

ରିପୋର୍ଟ ମୁତାବକ, ଶୁକ୍ରବାର ଓ୍ଵିଲ୍‌ମିଙ୍ଗ୍‌ଟନ ବମାନବନ୍ଦରରେ ଘଣ୍ଟା ପ୍ରତି ପବନର ବେଗ ୧୬୯ କିଲୋମିଟର ରେକର୍ଡ କରାଯାଇଥିଲା। ବାତ୍ୟା ପ୍ରଭାବରେ ସଂପୃକ୍ତ ଅଞ୍ଚର ସ୍କୁଲ୍‌, କଲେଜ୍‌ ଓ ଅନ୍ୟାନ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏନ୍‌ଏଚ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଏହି ହରିକେନ୍‌ ଫ୍ଲୋରେନ୍ସ ରବିବାର ଉତ୍ତର କରୋଲିନା ଓ ଉତ୍ତର-ପୂର୍ବ ଦକ୍ଷିଣ କରୋଲିନା ପ୍ରଭାବିତ ହେବ। ଆହୁରି ଧନ-ଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର