ଓ୍ଵାସିଂଟନ : ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ତାଣ୍ଡବ ରଚାଇଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ କିଛିଟା କମି ଘଣ୍ଟାପ୍ରତି ୮୦ ମାଇଲ (୧୩୦ କିମି) ହୋଇଯାଇଛି । ଏହା ଘଣ୍ଟାପ୍ରତି ୩ ମାଇଲ ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଏହି ଝଡ଼ ପ୍ରଭାବରେ ନର୍ଥ କାରୋଲିନା ଅଂଚଳରେ ପ୍ରବଳ ବର୍ଷା ହେବା ସହ ଓ ସାମୁଦ୍ରିକ ଢେଉ ସୃଷ୍ଟି ହୋଇଛି । ଏହା ଫଳରେ ସଂପୃକ୍ତ ଅଂଚଳରେ ବନ୍ୟା ହେବା ଆଶଙ୍କା କରାଯାଉଛି ।ନର୍ଥ କାରୋଲିନାର ମୋରହେଡ ସିଟି ଓ ନ୍ୟୁବର୍ନ ସହରରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛାତ ଉଡାଇନେଇଛି ।
"Our garage door didn't make it": North Carolina resident shows impact of Hurricane #Florence on his Belhaven home as he surveys flooded surroundings. https://t.co/HDjcwx7F4O pic.twitter.com/vs9dJKGl6T
— ABC News (@ABC) September 14, 2018
ଏସବୁ ସହରରେ ପ୍ରାୟ ୧୦୦ ଜଣ ଲୋକ ନିଜ ଘରେ ବା କାରରେ ଫସି ରହିଥିବା ଜଣାପଡିଛି । ପ୍ରବଳ ବର୍ଷା ଫଳରେ ଅନେକ ଲୋକ ଫସି ରହିଥିବାବେଳେ କେତେକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି ।
Video shows storm surge from Hurricane #Florence begin to inundate New Bern, NC as the Neuse River overflowed its banks and flooded parts of the town.
Almost 160,000 customers are without electricity in North Carolina – and that number is likely to rise. https://t.co/xRALCFxCWu pic.twitter.com/3bH9v291Ok
— Good Morning America (@GMA) September 14, 2018
ପ୍ରବଳ ମେଘପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏହା ଫଳରେ ନର୍ଥ କାରୋଲିନାର ପ୍ରାୟ ୩ଲକ୍ଷ ୨୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ପ୍ରାୟ ୪୫୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।