ସ୍ଥଳଭାଗ ଛୁଇଁଲା ସୁପର ସାଇକ୍ଲୋନ ଫ୍ଲୋରେନ୍ସ, ପ୍ରବଳ କ୍ଷୟକ୍ଷତି ଅଶଙ୍କା, ଭିଡିଓ ଦେଖନ୍ତୁ

ଓ୍ଵାସିଂଟନ : ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୋ୍ଲରେନ୍ସ ସ୍ଥଳଭାଗ ଛୁଇଁଛି । ଏହା ଦକ୍ଷିଣ-ପୂର୍ବ ଆମେରିକାରେ ଥିବା ନର୍ଥ କାରୋଲିନାଠାରେ ସ୍ଥଳଭାଗକୁ ଛୁଇଁଛି ।   ଏହାସହିତ ପୂର୍ବରୁ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଚାଲିଛି । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟରର  ଅନୁମାନ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ୧୦୦ ମାଇଲ ପର୍ଯ୍ୟନ୍ତ ପହଞ୍ଚିଯାଇଛି ଓ ସମୁଦ୍ରରେ ପ୍ରାୟ ୧୦ ଫୁଟ ଉଚ୍ଚ ଢେଉ ଉଠିଛି । ପୂର୍ବରୁ ଏହାକୁ ଏକ କାଟେଗୋରୀ-୨ ଝଡ଼ର ମାନ୍ୟତା ଦିଆଯାଇଥିବାବେଳେ ଗତକାଲି ଏହାକୁ କ୍ୟାଟେଗୋରୀ-୧କୁ ଖସେଇଦିଆଯାଇଛି ।

 

ନର୍ଥ କାରୋଲିନାର ମୋରହେଡ ସିଟି ଓ ନ୍ୟୁବର୍ନ ସହରରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛାତ ଉଡାଇନେଇଛି । ଏସବୁ ସହରରେ ପ୍ରାୟ ୧୦୦ ଜଣ ଲୋକ ନିଜ ଘରେ ବା କାରରେ ଫସି ରହିଥିବା ଜଣାପଡିଛି ।

ପ୍ରବଳ ବର୍ଷା ଫଳରେ ଅନେକ ଲୋକ ଫସି ରହିଥିବାବେଳେ କେତେକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି ।  ପ୍ରବଳ ମେଘପବନ ଯୋଗୁଁ  ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।  ଏହା ଫଳରେ ନର୍ଥ କାରୋଲିନାର ପ୍ରାୟ ୩ଲକ୍ଷ ୨୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ପ୍ରାୟ ୪୫୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।

 

ସମ୍ବନ୍ଧିତ ଖବର