ଆଉ କିଛି ସମୟପରେ ଆମେରିକା ଉପକୂଳ ଛୁଇଁବ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ

ଓ୍ଵାସିଂଟନ : ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି ଆମେରିକା ଆଡକୁ ମୁହାଁଇଥିବା ସାମୁଦ୍ରିକ ଝଡ଼ ଫୋ୍ଲରେନ୍ସ । ଆଉ କିଛି ସମୟ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । କ୍ରମଶଃ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟରର ଅନୁମାନ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ୯୦ ମାଇଲ ପର୍ଯ୍ୟନ୍ତ ପହଞ୍ଚିଯାଇଛି ଓ ସମୁଦ୍ରରେ ପ୍ରାୟ ୧୦ ଫୁଟ ଉଚ୍ଚ ଢେଉ ଉଠିଛି । ପୂର୍ବରୁ ଏହାକୁ ଏକ କାଟେଗୋରୀ-୨ ଝଡ଼ର ମାନ୍ୟତା ଦିଆଯାଇଥିବାବେଳେ ଗତକାଲି ଏହାକୁ କ୍ୟାଟେଗୋରୀ-୧କୁ ଖସେଇଦିଆଯାଇଛି । ପ୍ରବଳ ବର୍ଷା ଫଳରେ ଅନେକ ଲୋକ ଫସି ରହିଥିବାବେଳେ କେତେକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ପ୍ରବଳ ମେଘପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏହା ଫଳରେ ନର୍ଥ କାରୋଲିନାର ପ୍ରାୟ ୩ଲକ୍ଷ ୨୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ପ୍ରାୟ ୪୫୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରୀତ କରାଯାଇଛି ।

ସମ୍ବନ୍ଧିତ ଖବର