Hurricane Melissa : ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଏବେ ମନ୍ଥା ବାତ୍ୟାକୁ ନେଇ ଚର୍ଚ୍ଚା ଚାଲିଛି । ଖବର ଲେଖା ହେବା ବେଳକୁ ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ବିଶ୍ବରେ ଆଉ ଏକ  ଅଂଚଳରେ ଏକ ଅତି ଶକ୍ତିଶାଳୀ ବାତ୍ୟା ଆସିଛି । କୁହାଯାଉଛି ଯେ ଗତ ଦୁଇ ଶତାବ୍ଦୀ ମଧ୍ୟରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା । ଏହାର ନାଁ ରଖାଯାଇଛି ମେଲିସା ଓ ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ଏପରିକି ଏହାକୁ ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ବୋଲି କୁହାଯାଉଛି । 

Advertisment

ଏହି ବାତ୍ୟା ଧୀରେ ଧୀରେ ଜାମାଇକା ଆଡ଼କୁ ଅଗ୍ରସର ହେଉଛି । କୁହାଯାଉଛି ଯେ ଲାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟର ଛୁଇଁପାରେ । ଏହା ସହିତ ସମୁଦ୍ରରେ ୬ରୁ ୯ ଫୁଟ ପର୍ଯ୍ୟନ୍ତ ଲହରି ଉଠିପାରେ । ଏହି ବାତ୍ୟା ପ୍ରଭାବରେ ଜାମାଇକାରେ ପ୍ରବଳ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଛି । 

ଆହୁରି ପଢନ୍ତୁ : Cyclone Mohtha: ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି

ବାତ୍ୟା ଆଖି ଭିତରର ଫଟୋ

କିନ୍ତୁ ଏହି ମହାବାତ୍ୟାକୁ ନେଇ ଏକ ରୋଚକ ଖବର ଆସିଛି । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ଏକ ସି-୧୩୦ ହର୍କୁଲେସ ବିମାନକୁ ନେଇ ଏହି ମହାବାତ୍ୟାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛନ୍ତି ।  ମହାବାତ୍ୟାର ଆଖି ଭିତରର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହୋଇଯାଇଛି । ଆଖି ଭିତରଟି ଏକ ବରଫ ଉପତ୍ୟାକା ପରି ଦେଖାଯାଉଛି । 

ଆହୁରି ପଢନ୍ତୁ : Cyclone Mohtha: ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି