ମେକ୍ସିକୋ: ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଓ୍ଵିଲା ଏବେ ଏକ ଭୟଙ୍କର ହରିକେନ୍ର ରୂପ ନେଇ ମେକ୍ସିକୋର ପଶ୍ଚିମ ଉପକୂଳ ଆଡ଼କୁ ମୁହାଁଇଛି। ଏବେ ଏହି ହରିକେନ୍ ଓ୍ଵିଲାକୁ କାଟାଗୋରି-୫ରେ ରଖା ଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ କାଟାଗୋରି-୪କୁ ରୂପାନ୍ତରିତ ହୋଇପାରେ ବୋଲି ବିଶ୍ୱ ପାଣିପାଗ ବିଶାରଦମାନେ ଆଶଙ୍କା ପ୍ରକଟ କରୁଛନ୍ତି। ମେକ୍ସିକୋ ପଶ୍ଚିମ ଉପକୂଳର ସାନ୍ବ୍ଲାସ୍ ଏବଂ ମଜାତ୍ଲାନ୍ ମଧ୍ୟରେ ବୁଧବାର ଅପରାହ୍ଣ ସୁଦ୍ଧା ହରିକେନ୍ ଓ୍ଵିଲା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2018/10/Hurricane-1.jpg)
ହରିକେନ୍ ଓ୍ଵିଲାର ଭୀଷଣତାକୁ ଦେଖି ହରିକେନ୍ ଦ୍ୱାରା ପ୍ରଭାବିତ ହେବାକୁ ସମସ୍ତ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ଆଜି (ସୋମବାର) ଠାରୁ ବନ୍ଦ ରଖି ଦିଆଯାଇଛି। ହରକେନ୍ ଓ୍ଵିଲା ସ୍ଥଳଭାଗ ଅତିକ୍ରମ କଲା ବେଳକୁ ଏହାର ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ରହିବ ବୋଲି ଆକଳନ କରାଯାଉଛି। ହରିକେନ୍ ଓ୍ଵିଲା ପ୍ରଭାବରେ ମେକ୍ସିକୋରେ ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ରହିଥିବା ଦୃଷ୍ଟରୁ ଏବେ ଠାରୁ ସେଠାରେ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା ଜୋରସୋରରେ ଗ୍ରହଣ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Hurricane-.jpg)