ହୁରିୟାତ ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର:ଦକ୍ଷିଣ କାଶ୍ମୀରର ଅଚାବଲ ଅଞ୍ଚଳରେ  ଆତଙ୍କବାଦୀମାନେ ଘରେ ପଶି ହୁରିୟାତ ନେତା ହଫିଜୁଲ୍ଲା ମୀରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ମୀରଙ୍କ ପତ୍ନୀ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଆତଙ୍କବାଦୀମାନଙ୍କୁ ହୁରିୟାତ ନେତାମାନେ ପରୋକ୍ଷ ସମର୍ଥନ ଦେଇ ଜମ୍ମୁ ଓ କାଶ୍ମୀରରେ ଆତଙ୍କରାଜ ଚଳାଇବା ସହିତ ଦେଶ ବିରୋଧରେ  ସେମାନଙ୍କୁ  ଉସ୍‌କାଇ ଓ ସରକାରଙ୍କ ଉପରେ ଚାପ ପ୍ରାୟାଗ କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।। ତେବେ ନିକଟରେ ହଫିଜୁଲ୍ଲା ମୀର୨ ବର୍ଷ ଜେଲ ଭୋଗି ଫେରିବା ପରେ ଆଜି ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି।  ନିଜ ଅଚାବଳସ୍ଥିତ ଘରେ ଥିବା ବେଳେ ଏକାଧିକ ଆତଙ୍କବାଦୀ ତାଙ୍କ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ।ଏଥିରେ  ଗୁରୁତର ମୀର ଓ ତାଙ୍କ ପତ୍ନୀଙ୍କୁ ୁଦ୍‌ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ମୀରଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ  ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର