ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ସପା) ଖୁବ ସୁନ୍ଦର ପ୍ରଦର୍ଶନ କରିଛି। ସପାର ଏହି ବିଜୟରେ ବିଶେଷ ଦିଗଟି ହେଉଛି ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ତାଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ଉଭୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏଣକି ଦମ୍ପତି ଏକାଠି ସଂସଦରେ ନଜର ଆସିବେ। ଏହି ଘଟଣାକୁ ଦେଖିଲେ କୁହାଯାଉଛି କି ଆଖିଳେଶ ଓ ଡିମ୍ପଲଙ୍କ ଯୋଡି ଉତ୍ତରପ୍ରଦେଶରେ ପ୍ରଥମ। କାରଣ ଲୋସଭାରେ ଏଭଳି ଯୋଡ଼ି କେବେ ଦେଖିବାକୁ ମିଳିନାହିଁ। ଅର୍ଥାତ ସ୍ବାମୀ-ସ୍ତ୍ରୀ ସାଂସଦ ହେବା ଘଟଣା ପୂର୍ବରୁ କେବେ ଘଟିନାହିଁ।
ଅଖିଲେଶ ଓ ଡିମ୍ପଲ ଏହ ପୂର୍ବରୁ ୧୭ତମ ଲୋକସଭାର ସଦସ୍ୟ ଥିଲେ କିନ୍ତୁ ଭିନ୍ନଭିନ୍ନ ସମୟରେ। ୨୦୨୯ରେ ଅଖିଳେଶ ଆଜମଗଢ଼ରୁ ବିଜୟୀ ହୋଇଥିବା ବେଳେ ଡିମ୍ପଲଙ୍କୁ କନ୍ନେଜରେ ବିଜେପିର ସୁବ୍ରତ ପାଠକଙ୍କୁ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
ସମ୍ପ୍ରତି ଖବର ଆସିଛି କି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ଥର ସପା ଉତ୍ତରପ୍ରଦେଶରେ ଅଧିକ ସିଟ୍ ଜିତିଥିବାରୁ ଏବେ ଅଖିଲେଶ କେନ୍ଦ୍ରରେ ରାଜନୀତି କରିବେ । ତେଣୁ ଅଖିଲେଶ କରହଲ ଆସନରୁ ବିଧାୟକ ପଦ ଛାଡ଼ିଛନ୍ତି । ଏଥିସହିତ ସେ ୟୁପି ବିଧାନସଭାର ବିରୋଧୀ ଦଳ ନେତା ପଦ ମଧ୍ୟ ଛାଡ଼ିଛନ୍ତି ।
ଏହି ଯୋଡ଼ି ପୂର୍ବରୁ ପପ୍ପୁ ଯାଦବ ଓ ତାଙ୍କ ସ୍ତ୍ରୀ ରଞ୍ଜିତ ରଞ୍ଜନ ବିହାରରେ ଦୁଇଥର ଏକାଠି ଲୋକସଭାରେ ପହଞ୍ଚିଥିଲେ। ପ୍ରଥମେ ୨୦୦୪ ଓ ଦ୍ବିତୀୟରେ ୨୦୧୪ରେ। ତେବେ ଏହି ସମୟରେ ପପ୍ପୁ ଓ ରଞ୍ଜିତ ଭିନ୍ନଭିନ୍ନ ଦଳରେ ସାମିଲ ଥିଲେ।