ସେଣ୍ଟପିଟରସବର୍ଗ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ପୋଷ୍ଟ ହୋଇଛି। ଭିଡିଓକୁ ଯିଏ ଦେଖୁଛନ୍ତି ସେମାନେ ରୁଷୀୟ ଦମ୍ପତିଙ୍କ ଜୀବନ ବଞ୍ଚାଇବା ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

Advertisment

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ରଷୀୟ ଦମ୍ପତି କାରରେ ବସି କେଉଁଆଡେ ଯିବାକୁ ବାହାରିଛନ୍ତି। ଆଉ ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ କାର ଉପରେ ୫୦ଫୁଟ ଉପରୁ ହଠାତ ଏକ ବିରାଟ ବରଫଖଣ୍ଡ ଖସି ପଡ଼ୁଛି। ଏହି ବରଫଖଣ୍ଡ କାରର ଯେଉଁ ସ୍ଥାନରେ ମାଡ଼ ହୋଇଥିଲା ସେହି ସ୍ଥାନଟି ଚୁରମାର ହୋଇଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, କୋକାର ଆର୍କଟିକ ଆଉଟପୋଷ୍ଟରେ ଥିବା ଏକ କୋଠାରୁ ବରଫଖଣ୍ଡ ଖସି ଦମ୍ପତିଙ୍କ କାର ଉପରେ ଏହା ପଡ଼ିଯାଇଥିଲା। ସୌଭାଗ୍ୟବଶତଃ ଦମ୍ପତିଙ୍କ ଏଥିରେ କିଛି ହୋଇ ନ ଥିବା ବେଳେ ସେମାନେ ପ୍ରାଣବିକଳରେ ଦୌଡ଼ିବାକୁ ଲାଗିଛନ୍ତି।

ବରଫ ଖସିବା ପରେ ସ୍ବାମୀ ତୁରନ୍ତ ବାହାରକୁ ବାହାରି ଆସିଥିବାରୁ ତାଙ୍କୁ ଗାଡ଼ିର ଗିୟର ପରିବର୍ତ୍ତନ କରିବାକୁ ସମୟ ମିଳି ନ ଥିଲା। ତେଣୁ କାରଟି ପଛକୁ ଚାଲି ଯାଇଥିଲା। ମହିଳାଜଣକ କାରରୁ ବାହାରି ବ୍ରେକ ଚିପିବାକୁ ଚେଷ୍ଟା କରୁଥିବା ବେଳେ ସ୍ବାମୀ ଭୟଭୀତ ହୋଇ ଏଣେତେଣେ ଚାହୁଁଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।