ଲଖନଉ: ଉତ୍ତରପ୍ରଦେଶର ବହରାଇଚରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାଙ୍କ ନାକ କାଟିଦେଇଛନ୍ତି | ଏହି ଘଟଣା ପରେ ପତ୍ନୀ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବହରାଇଚର ବେଡନାପୁରରୁ ଏହି ମାମଲା ସାମ୍ନାକୁ ଆସିଛି। ରଜନୀ ଦେବୀ ନାମକ ଜଣେ ମହିଳା ବେଡନାପୁରର ବିଦ୍ୟୁତ୍ ବିଭାଗର କର୍ମଚାରୀ ଅଛନ୍ତି।

Advertisment

ରଜନୀଙ୍କର ତାଙ୍କ ସ୍ୱାମୀ ଜ୍ଞାନଦତ୍ତ ପାଠକଙ୍କ ଝଗଡା ପରେ ରୁଷି ଯାଇ ନିଜ ବାପଘରକୁ ଚାଲିଯାଇଥିଲେ | ଆଉ ରଜନୀ ନିଜ ବାପଘରକୁ ଚାଲିଯିବା ପରେ ସ୍ୱାମୀ ଜଣକ ତାଙ୍କୁ କ୍ଷମା ମାଗି ଆଉ ଝଗଡା କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ | ଏହା ପରେ ପତ୍ନୀ ଜଣକ ତାଙ୍କ ସ୍ୱାମୀଙ୍କ ସହ ଘରକୁ ଫେରିବା ବାଟରେ ନିଜ ଦୁଇ ସାଥୀଙ୍କ ସହ ମିଶି ପତ୍ନୀଙ୍କ ନାକ କାଟିଦେଇଥିଲେ |

ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ମା କୁସୁମ ତିୱାରୀ କହିଛନ୍ତି ଯେ ଝିଅକୁ ଆକ୍ରମଣ କରିଥିବାରୁ ତାଙ୍କ ଜ୍ୱାଇଁଙ୍କ ନାମରେ ସେ ଅଭିଯୋଗ କରିଛନ୍ତି | ଏହି ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଅଛନ୍ତି ଓ ପୁଲିସ ସେମାନଙ୍କୁ ଧରିବାକୁ ଛାନଭିନ ଚଳାଇଛି |