ସ୍ତ୍ରୀଙ୍କ ପାଇଁ ସ୍ୱାମୀର ଉନ୍ମୁକ୍ତ କାଣ୍ଡ : ପଦୋନ୍ନତି ପାଇଁ ପାହାଡ଼ ଉପରକୁ ଚଢ଼ି ଦେଲେ ଆତ୍ମହତ୍ୟାର ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମହୋବାରେ ଏକ ଅଜବ ଘଟଣା ଘଟିଛି । ଏଠାରେ ଥିବା ଏକ ସରକାରୀ ସ୍କୁଲରେ ପ୍ରିନ୍ସିପାଲ ପଦକୁ ନେଇ ଦୁଇ ମହିଳା ଶିକ୍ଷୟତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଦୁଇ ମହିଳାଙ୍କ ମଧ୍ୟରେ ବିବାଦ ହେଉଥିବା ଦେଖି ଜଣଙ୍କ ସ୍ୱାମୀ ନିଜ ସ୍ତ୍ରୀଙ୍କ ସପକ୍ଷରେ ବାହାରିଥିଲେ । ସ୍ତ୍ରୀକୁ ପ୍ରିନ୍ସିପାଲ କରିବା ପାଇଁ ସ୍ୱାମୀ ପାହାଡ଼ ଉପରକୁ ଚଢ଼ିଯିବା ସହ ସ୍ତ୍ରୀକୁ ପ୍ରିନ୍ସିପାଲ ପଦ ନ ମିଳିଲେ ଆତ୍ମହତ୍ୟା କରିନେବି ବୋଲି ଧମକ ଦେଇଥିଲେ । ଯୁବକଙ୍କ ଏଭଳି ପଦକ୍ଷେପ ଉପସ୍ଥିତ ଲୋକଙ୍କ ଛାତିର ସ୍ପନ୍ଦନ ବଢ଼ାଇ ଦେଇଥିଲା । ତେବେ କିଛି ସମୟ ପରେ ପାହାଡ଼ ଉପରେ ଚଢ଼ିଥିବା ଯୁବକଙ୍କୁ ପୁଲିସ କାବୁ କରି ନେଇଥିଲା ବୋଲି ଜଣା ପଡ଼ିଛି ।

'कोर्ट के आदेश का पालन करेंगे'
oneindia.com

ସୂଚନା ମୁତାବକ, କୋତଓ୍ଵାଲିରେ ଥିବା ଏକ ସ୍କୁଲରେ ପାଠ ପଢ଼ାଉଥିବା ଦୁଇ ଶିକ୍ଷୟତ୍ରୀ ନିଜକୁ ପ୍ରିନ୍ସିପାଲ ପଦ ପାଇଁ ଯୋଗ୍ୟ ବୋଲି କହି ଝଗଡ଼ା ଆରମ୍ଭ କରିଥିଲେ । ଦୁହେଁ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ଓ ଦୁହେଁ ଯୋଗ୍ୟ ବୋଲି କହି ଝଗଡ଼ା ଆରମ୍ଭ କରିବା ପରେ ଜଣଙ୍କ ସ୍ୱାମୀ ନିଜ ପତ୍ନୀଙ୍କୁ ସମର୍ଥନ କରିବାକୁ ଯାଇ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ । ଉପରକୁ ଯାଇ ମୋ ପତ୍ନୀଙ୍କୁ ପ୍ରିନ୍ସିପାଲ ପଦ ନ ମିଳିଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିବା ପରେ ପୁଲିସକୁ ଡ଼କାଯାଇଥିଲା । ଯାହା ପରେ ପୁଲିସ ଯୁବକଙ୍କୁ ବୁଝା ସୁଝା କରି ଥାନାକୁ ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର