ପତ୍ନୀଙ୍କୁ ନୂଆବର୍ଷ ପାଇଁ ପିଆଜର ଫୁଲତୋଡ଼ା ଉପହାର ଦେଲେ ସ୍ୱାମୀ

କାନପୁର: ବିଦାୟ ନେଇଛି ୨୦୧୯, ଆସିଛି ବର୍ଷ ୨୦୨୦ । ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ନୂଆବର୍ଷ । ଆଉ ନୂଆବର୍ଷକୁ ଦମଦାର ଷ୍ଟାଇଲରେ ସ୍ୱାଗତ କରିଛନ୍ତି ଦେଶବାସୀ । ପୁରା ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି । ସମସ୍ତେ କିଛି ନା କିଛି ଉପହାର, ଫୁଲତୋଡା ଦେଇ ବର୍ଷର ସ୍ୱାଗତ କରୁଛନ୍ତି । କିନ୍ତୁ ନୂଆବର୍ଷରେ କାନପୁରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପାଇଁ ନୂଆବର୍ଷ ଉପଲକ୍ଷେ ନିଆରା ଉପହାର ପ୍ରସ୍ତୁତ କରିଛନ୍ତି ।

ସୂଚନାନୁସାରେ, ସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ପିଆଜରେ ନିର୍ମିତ ପୁଲତୋଡା ପ୍ରସ୍ତୁତ କରାଇଛନ୍ତି । ଏହାକୁ ସେ ତାଙ୍କ ପତ୍ନୀଙ୍କୁ ନୂଆବର୍ଷ ଅବସରରେ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି । ଏହି ଫୁଲତୋଡାର ମୂଲ୍ୟ ୭୦୦ ଟଙ୍କା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫୁଲତୋଡାରେ ୨ କିଲୋ ପିଆଜର ବ୍ୟବହୃତ ହୋଇଛି । ଫୁଲତୋଡାଟି ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ଏହା ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଫୁଲତୋଡା ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଖୁବ୍ ପ୍ରଶଂସା ହେଉଛି ।

ସମ୍ବନ୍ଧିତ ଖବର