ଭୋପାଳ: ସାମାନ୍ୟ ଭୁଲ ପାଇଁ ମୃତ୍ୟୁଦଣ୍ଡ | ମଧ୍ୟପ୍ରଦେଶର ଟିକମଗଡରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତି ନିଜ ପତ୍ନୀଙ୍କୁ ଧାରୁଆ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ତେବେ ମହିଳା ଜଣକଙ୍କର ଏତିକି ଭୁଲ୍ ଥିଲା ଯେ ଯେତେବେଳେ, ସେ ସ୍ୱାମୀଙ୍କ ପାଖ ଦେଇ ଯାଉଥିଲେ ତାଙ୍କ ପାଦ, ସ୍ୱାମୀଙ୍କ ପାଦ ସହ ଭୁଲବଶତଃ ବାଜିଯାଇଥିଲା | ମଧ୍ୟପ୍ରଦେଶର ଟିକମଗଡର ଜଟାରା ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଫାଟକନା ଗାଁରେ ଏହି ଘଟଣା ଘଟିଛି | ଏହି ଗାଁ'ର ୭୫ ବର୍ଷୀୟ ବର୍ଷ ପରମଲାଲ ଅହିରୱାର ତାଙ୍କର ୭୦ ବର୍ଷୀୟ ପତ୍ନୀ ଦେବକୀଙ୍କୁ ହତ୍ୟା କରିଛନ୍ତି | ପୁଲିସ କହିଛି ଯେ ଘଟଣା ଦିନ ପରମଲାଲ ତାଙ୍କ ଘର ପିଣ୍ଡାରେ ବସିଥିବାବେଳେ ଏହି ସମୟରେ ତାଙ୍କ ପତ୍ନୀ ଦେବକୀ ବାଇ ସେହିବାଟ ଦେଇ ଯିବାବେଳେ ଭୁଲବଶତଃ ତାଙ୍କ ପାଦ ପରମଲାଲଙ୍କ ପାଦ ସହ ବାଜିଯାଇଥିଲା |
ଏହି ସାମାନ୍ୟ ଘଟଣାକୁ ନେଇ ପରମଲାଲ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ସେ ପାଖରେ ରଖାଯାଇଥିବା ଟାଙ୍ଗିଆରେ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ | ଏହି ଆକ୍ରମଣରେ ଦେବକୀଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା | ଏବାବଦରେ ସୂଚନା ପାଇବା ପରେ ପୁଲିସ ଫରେନସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା | ପୁଲିସ ଅଭିଯୁକ୍ତ ସ୍ୱାମୀ ପରମଲାଲ ଅହିରୱାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏହି ପ୍ରସଙ୍ଗରେ ଜଟାରା ପୁଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ ବାବୁଲାଲ ନାମକ ଯୁବକ ତାଙ୍କ ବାପାଙ୍କ ନାମରେ ମା'ଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି | ଆଉ ଏବେ ଧାରା ୩୦୨ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/f1f1cf85-aeed-44f2-b47a-7dde146f3cd7.jpg)