ପତ୍ନୀକୁ ବ୍ୟାଟରେ ବାଡେଇ ହତ୍ୟା କରିବା ପରେ ଖଟରେ ମୃତଦେହକୁ ଲୁଚାଇ ସ୍ୱାମୀ ଫେରାର

ଗୁରୁଗ୍ରାମ: କ୍ରିକେଟ ବ୍ୟାଟରେ ପତ୍ନୀକୁ ନିର୍ମମ ଭାବେ ହତ୍ୟା କରି ଖଟରେ ମୃତଦେହକୁ ଲୁଚାଇ ଫେରାର ହୋଇଗଲା ସ୍ୱାମୀ | ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ହରିୟାଣାର ଗୁରୁଗ୍ରାମରେ ଘଟିଛି | ମିଳିଥିବା ସୂଚନା ମୁତାବକ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଗୁରୁଗ୍ରାମର ସେକ୍ଟର ୧୪ ର ଏକ ଭଡାଘରେ ରହୁଥିଲେ | ୨୫ ବର୍ଷୀୟ ରାଜ ତାଙ୍କ ପତ୍ନୀ ଶେହନାଜଙ୍କ ସହ ଭଡ଼ାଘରେ ରହୁଥିଲେ। ରାଜ ପଶ୍ଚିମବଙ୍ଗର ହୋଇଥିବାବେଳେ ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ |

abplive.com

ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ ପ୍ରୀତପାଲ ସାଙ୍ଗୱାନ୍ କହିଛନ୍ତି ଯେ ଶନିବାର ଦିନ ଲୋକମାନେ ରାଜ ଏବଂ ତାଙ୍କ ପତ୍ନୀ ଶାହନାଜଙ୍କୁ ଦେଖିନଥିଲେ। ଏହାପରେ ଘର ମାଲିକଙ୍କୁ ଜଣାଯାଇଥିଲା | ଘର ମାଲିକ ପୁଲିସକୁ ସୂଚନା ଦେଇଥିଲେ। ଯେତେବେଳେ ପୁଲିସ ରୁମର କବାଟ ଭାଙ୍ଗିଥିଲା ଦୁଇଟି ରକ୍ତ ଜୁଡୁବୁଡୁ ଭଙ୍ଗା କ୍ରିକେଟ୍ ବ୍ୟାଟ୍ କୋଠରୀରେ ପଡ଼ିଥିଲା |

ପୁଲିସ କୋଠରୀରେ ଥିବା ଖଟ ମଧ୍ୟରୁ ମହିଳାଙ୍କ ମୃତଦେହ ଜବତ କରିଥିଲା। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ଅଭିଯୁକ୍ତ ସ୍ୱାମୀଙ୍କର କୌଣସି ଖୋଜ ଖବର ମିଳିନଥିଲା | ଘର ମାଲିକ ପୁଲିସକୁ କହିଥିଲେ ଯେ ପ୍ରାୟ ୨ ମାସ ପୂର୍ବରୁ ଉଭୟ ତାଙ୍କ ନିକଟକୁ ଆସିଥିଲେ। ଦୁହେଁ ଏଠାରେ କାମ କରୁଥିବାବେଳେ ହତ୍ୟାର କାରଣ ବାବଦରେ ଜଣାପଡିନାହିଁ |

ସମ୍ବନ୍ଧିତ ଖବର