ନୂଆଦିଲ୍ଲୀ: ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି)ର ଜଣେ ମହିଳା କାଉନସିଲରଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡ଼ୁର ଆବଡ଼ି ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଥିରୁନିନ୍ରବୁରରେ ଜୟରାମନଗର ନିକଟରେ ପୀଡ଼ିତା ଗୋମତୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ସ୍ବାମୀ ଷ୍ଟିଫେନ ରାଜ୍ ସେଠାରେ ପହଞ୍ଚି ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ସହ ଗୋମତୀଙ୍କର ସମ୍ପର୍କ ଅଛି ବୋଲି ଷ୍ଟିଫେନ୍ ସନ୍ଦେହ କରିଥିଲେ ଏବଂ ପୂର୍ବରୁ ସୂଚନା ପାଇ ଷ୍ଟିଫେନ୍ ସେଠାରେ ପହଞ୍ଚି ଯାଇଥିଲେ। ଏହାପରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଷ୍ଟିଫେନ୍ ହଠାତ୍ ଏକ ଛୁରି ଆଣି ଗୋମତୀଙ୍କ ଉପରେ ଲଗାତାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୋମତୀ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଷ୍ଟିଫେନ ସ୍ଥାନୀୟ ଥାନାରେ ଆତ୍ମସମର୍ମଣ କରିଥିଲେ ଏବଂ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୁଲିସ ତାଙ୍କୁ ହାଜତକୁ ନେଇ ଉକ୍ତ ଘଟଣାର ତଦନ୍ତ କରୁଛି।
କାଉନସିଲରଙ୍କୁ ହତ୍ୟା କଲେ ସ୍ବାମୀ
ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି)ର ଜଣେ ମହିଳା କାଉନସିଲରଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡ଼ୁର ଆବଡ଼ି ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ...
/sambad/media/media_files/2025/07/05/edcrfvbgt-2025-07-05-06-37-41.jpg)