ବନ୍ଧୁକ ଅସଲି ବୋଲି ପ୍ରମାଣ ଦେବାକୁ ଯାଇ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜ ବନ୍ଧୁକ ଅସଲି ବୋଲି ପ୍ରମାଣ ଦେବାକୁ ଯାଇ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଡିସିପି ମେଘନା ଯାଦବଙ୍କ କହିବାନୁଯାୟୀ ସନ୍ନି ନାମକ ଜଣେ ଲୋକ ନିକଟରେ ଏକ ବନ୍ଧୁକ କିଣିଥିଲେ। ଏହା ତାଙ୍କ ନାମରେ ଥିଲା। କିନ୍ତୁ ତାଙ୍କ ପତ୍ନୀ ଉଷା ଏ ସମ୍ପର୍କରେ ଜାଣି ନ ଥିଲେ ଏବଂ ହଠାତ ସନ୍ନିଙ୍କ ହାତରେ ବନ୍ଧୁକ ଦେଖି ବିଚଳିତ ହୋଇଯାଇଥିଲେ। ଏହା ଅସଲି ବୋଲି ତାଙ୍କର ବିଶ୍ୱାସ ହୋଇ ନ ଥିଲା। କିନ୍ତୁ ସନ୍ନି ଏହା ପ୍ରମାଣ କରିବାକୁ ଯାଇ ତାଙ୍କ ତଳିପେଟକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା। ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ।

ସମ୍ବନ୍ଧିତ ଖବର