କୋଲକାତା: ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ଅନେକ ପାରିବାରିକ କଳହ ଉପୁଜୁଛି। ଜଣେ ମହିଳା ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ କରିବା ସହ ବନ୍ଧୁ ସଂଖ୍ୟା ବଢ଼ାଇବା କାରଣରୁ ରାଗରେ ଆସି ତାଙ୍କ ତଣ୍ଟି ଚିପି ତାଙ୍କର ହତ୍ୟା କରିଛନ୍ତି ମହିଳାଙ୍କ ସ୍ବାମୀ। ମହିଳାଙ୍କ ବୟସ ୩୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ହତ୍ୟାକାରୀ ସ୍ବାମୀଙ୍କ ବୟସ ୩୮ ବର୍ଷ। ସେମାନେ ୧୭ ବର୍ଷ ହେଲା ବିବାହ କରି ଘର ସଂସାର କରି ଆସୁଥିଲେ। ହେଲେ ମହିଳା ସୋସିଆଲ୍ ମିଡିଆରେ ସକ୍ରିୟ ରହିବା କଥାକୁ ପସନ୍ଦ କରୁନଥିଲେ ତାଙ୍କ ସ୍ବାମୀ।
ଏହି ଘଟଣା ଜୋୟାନଗର ପୁଲିସ୍ ଷ୍ଟେସନ୍ରେ ଥିବା ହରି ନାରାୟଣପୁରରେ ଶୁକ୍ରବାର ଘଟିଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ସ୍ବାମୀ ପରିମଣ ବଦ୍ୟ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ପରକୀୟା ପ୍ରୀତି ଅଛି। ଏହି କାରଣରୁ ରାଗରେ ଆସି ସେ ଏପରି ଚରମ କାଣ୍ଡ ରଚିଛନ୍ତି।
ସେ ଦମ୍ପତିଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛି ପୁଅଟି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଝିଅ ନର୍ସରୀରେ ପଢୁଛି। ତେବେ ଘଟଣା ଘଟିବା ବେଳେ ପିଲାମାନେ ଘରେ ନଥିଲେ। ମହିଳା ଯେତେବେଳେ ସୋସିଆଲ୍ ମିଡିଆରେ ରିଲ୍ସ କରି ପୋଷ୍ଟ୍ କରିବା ଆରମ୍ଭ କଲେ ତ ସେବେଠାରୁ ଦମ୍ପତିଙ୍କ ମଧ୍ୟରେ ଲଗାତର ଝଗଡ଼ା ହେଉଥିଲା। ମହିଳାଙ୍କର ଅନେକ ବନ୍ଧୁ ଥିଲେ ଓ ସେ ଚୋରା ଅର୍ଥ କାରବାରରେ ବି ସେମାନଙ୍କ ସହ ସଂପୃକ୍ତ ରହୁଥିଲେ। ଯାହାକୁ ସ୍ବାମୀ ଆଦୌ ପସନ୍ଦ କରୁନଥିଲେ।