ପାଟନା : ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ୨୫ ବର୍ଷୀୟ ଯୁବକ ନିଜ ପତ୍ନୀ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି। ବିବାହର ୪୫ ଦିନ ପରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ନବ ବିବାହିତା ଗୁଞ୍ଜା ଦେବୀ ନିଜ କାକା ଜୀବନ ସିଂହ(୫୫)ଙ୍କ ସହ ସମ୍ପର୍କରେ ଥିଲେ। ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ପରିବାର ସଦସ୍ୟ ଏହାକୁ ବିରୋଧ କରି ଗୁଞ୍ଜା ଦେବୀଙ୍କୁ ବଳପୂର୍ବକ ନବୀନଗର ଥାନା ଅଧୀନସ୍ଥ ବରୱନ ଗ୍ରାମ ବାସିନ୍ଦା ପ୍ରିୟାଂଶୁଙ୍କୁ ବିବାହ କରାଇଲେ। ଜୁନ୍ ୨୫ ତାରିଖରେ ପ୍ରିୟାଂଶୁନିଜ ଭଉଣୀ ଘରକୁ ଟ୍ରେନ୍ରେ ଫେରୁଥିଲେ। ନବୀ ନଗର ଷ୍ଟେସନରେ ପହଞ୍ଚିବାପରେ ସେଠାରୁ ଘରକୁ ଫେରିବା ବାଟରେ ହିଁ ତାଙ୍କୁ ୨ଜଣ ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବାପରେ ଗୁଞ୍ଜା ଦେବୀ ତାଙ୍କ ଶାଶୂ ଘର ଗାଁ ଛାଡ଼ିଦେଲେ। ଏହାପରେ ପ୍ରିୟାଂଶୁଙ୍କ ପରିବାର ସଦସ୍ୟ ତାଙ୍କୁ ସନ୍ଦେହ କରିଥିଲେ। ପୁଲିସ ଏହାପରେ ଗୁଞ୍ଜା ଦେବୀଙ୍କ କଲ୍ ରେକର୍ଡ ଯାଞ୍ଚ କରିବା ପରେ କାକାଙ୍କ ସହ ତାଙ୍କ ସଂପର୍କ ଓ ହତ୍ୟା ଷଡ୍ଯନ୍ତ୍ର ସଂପର୍କରେ ଜଣାପଡ଼ିଥିଲା। ହତ୍ୟାପାଇଁ ଗୁଞ୍ଜା ଦେବୀଙ୍କ କାକା ଜୀବନ ଝାଡ଼ଖଣ୍ଡରୁ ୨ ଜଣ ସୁପାରି କିଲର୍ ଆଣିଥିଲେ। ଉକ୍ତ ୨ ସୁପାରି କିଲର ଏବଂ ଗୁଞ୍ଜା ଦେବୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜୀବନ ଏବେ ଫେରାର୍ ଅଛନ୍ତି। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ବିବାହର ୪୫ ଦିନ ପରେ ସ୍ବାମୀଙ୍କୁ ହତ୍ୟା
ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ୨୫ ବର୍ଷୀୟ ଯୁବକ ନିଜ ପତ୍ନୀ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି। ବିବାହର ୪୫ ଦିନ ପରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ନବ ବିବାହିତା ଗୁଞ୍ଜା ଦେବୀ...
/sambad/media/media_files/2025/07/04/bvsdxzsa-2025-07-04-07-16-24.jpg)