ବିବାହର କିଛି ଦିନ ପରେ ସ୍ୱାମୀ ‘ପୁସ୍ତକ କୀଟ’ ହୋଇଥିବା ଜାଣି ଛାଡ଼ି ପଳାଇଲା ସ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶରେ ଦିନରାତି ସ୍ୱାମୀ ବସି ପାଠ ପଢ଼ୁଥିବାରୁ ବିରକ୍ତ ହୋଇ ସ୍ତ୍ରୀ ଛାଡ଼ି ପଳାଇଥିବା ଜଣାପଡ଼ିଛି । କିଛି ଦିନ ତଳେ ଦୁହିଁଙ୍କ ବିବାହ ହୋଇଥିଲା । ବିବାହ ପରେ ୟୁପିଏସ୍‌ଏସି ପରୀକ୍ଷା ଲାଗି ପାଠପଢ଼ା ଉପରେ ସ୍ୱାମୀ ଅଧିକ ଗୁରୁତ୍ୱ ଦେଉଥିଲା । ଫଳରେ ଅଧିକାଂଶ ସମୟ ସେ ବହି ଧରି ବସୁଥିଲା।  ପ୍ରତିଦିନ ଏପରି ହେବାରୁ ସ୍ତ୍ରୀ ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

पति दिन-रात करता था UPSC की तैयारी, नई नवेली दुल्हन ने तंग आकर छोड़ा
aajtak.intoday.in

ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ୱାମୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସହ କୋଚିଂ ସେଣ୍ଟର ମଧ୍ୟ ଚଳାଉଥିଲେ । ଏ ମଧ୍ୟରେ ସେ ନିଜ ସ୍ତ୍ରୀକୁ ଭୁଲିଯିବା ସହ ତାଙ୍କୁ ସମୟ ଦେଉ ନ ଥିଲେ । ଯାହାଦ୍ୱାରା ପୀଡ଼ିତା ନିଜକୁ ଗୁରୁତ୍ୱହୀନ ଅନୁଭବ କରିବା ସହ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ସମସ୍ତେ ବୁଝାଇବା ପରେ ମଧ୍ୟ ପୀଡ଼ିତା ଫେରିବାକୁ ମନା କରି ଦେଇଥିଲେ । ଯାହା ପରେ ପୀଡ଼ିତାଙ୍କ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ଏବେ ଦୁହେଁ ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପୀଡ଼ିତା ଅଲଗା ରହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର