ପାଟନା: ଆପଣ ଶୋଲେ ଚଳଚ୍ଚିତ୍ରରେ ବାସନ୍ତୀଙ୍କୁ ପାଇବା ପାଇଁ ବିରୁ ପାଣି ଟାଙ୍କି ଉପରେ ଚଢିଥିବାର ଦୃଶ୍ୟ ଦେଖିଥିଲେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ ଜଣାଇବାକୁ ଯାଉଛୁ ଯିଏ ନିଜ ପତ୍ନୀଙ୍କ ପାଇଁ ନ୍ୟାୟ ଦାବି କରି ବିଦ୍ୟୁତ ଟାୱାରରେ ଚଢ଼ିଛନ୍ତି | ଏଯାଏଁ ତାଙ୍କ ପତ୍ନୀଙ୍କ ହତ୍ୟାକାରୀ ଗିରଫ ହୋଇ ନ ଥିବାରୁ ସେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାରରେ ଚଢ଼ିଥିଲେ | ମିଳିଥିବା ସୂଚନା ମୁତାବକ ଟାୱାରରେ ଚଢିଥିବା ବ୍ୟକ୍ତିଙ୍କ ନାମ କାରଣ ପଚାରିଲେ, ସେ କହିଥିଲେ ଯେ ତାଙ୍କ ନାମ ମହେଶ ରାମ ହୋଇଥିବାବେଳେ ସେ ବିହାର ସୀତାମାଢିର ନାନପୁରରେ ରୁହନ୍ତି | ମହେଶଙ୍କ କହିବା ଅନୁଯାୟୀ ମାସେ ତଳେ କେହି ଜଣେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ।
ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ | କିନ୍ତୁ ସେ ଏହି ମାମଲାରେ ନ୍ୟାୟ ପାଇନାହାଁନ୍ତି। ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ କୌଣସି ଉଦ୍ୟମ କରୁନଥିବାରୁ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ | ସେ ବିଦ୍ୟୁତ ଟାୱାର ଉପରେ ଚଢି କହିଥିଲେ ଯେ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେ ଓହ୍ଲାଇବେ ନାହିଁ। ୬ ଘଣ୍ଟା ପରେ ବି ଯେତେବେଳେ ଯୁବକ ଜଣକ ଓହ୍ଲାଇନଥିଲେ, ସେତେବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟିଦିଆଯାଇଥିଲା | ଏହାପରେ ଯୁବକ ଜଣକ ତଳକୁ ଡେଇଁପଡ଼ିଥିଲେ | ତା’ପରେ ତାଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଡାକ୍ତରଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ତାଙ୍କର ଚେତା ଫେରିନାହିଁ |