କାନ ଧରୁଛି, ଆଉ ମଦ ପିଇବି ନାହିଁ: ପତ୍ନୀକୁ କ୍ଷମା ମାଗିଲେ ସ୍ୱାମୀ

ମୁଙ୍ଗେର: ‘କାନ ଧରୁଛି, ଆଜିଠାରୁ ଆଉ ମଦ ପିଇବି ନାହିଁ | ମୋତେ କ୍ଷମା କରିଦିଅ’ | ହସ୍ପିଟାଲ ବେଡ଼ରେ ଗୁରୁତର ଅବସ୍ଥାରେ ପଡିଥିବା ପତ୍ନୀଙ୍କ ନିକଟରେ ଏଭଳି କ୍ଷମାପ୍ରାର୍ଥନା କରିଛନ୍ତି ବ୍ୟକ୍ତି | ଆଉ ଏହା ଦେଖି ମେଡିକାଲ କର୍ମଚାରୀଙ୍କ ସହ ଅନ୍ୟ ରୋଗୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବିହାରର ମୁଙ୍ଗେରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ପ୍ରାପ୍ତ ସୂଚନା ମୁତାବକ ମୁଙ୍ଗେରର ସଦର ହସ୍ପିଟାଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା | ମଦ୍ୟପ ସ୍ୱାମୀ ପପୁ ଚୌଧୁରୀ ତାଙ୍କ ପତ୍ନୀ ରୀନା ଦେବୀଙ୍କୁ କ୍ଷମା ମାଗିଛନ୍ତି। ପପୁ ଜଣେ ଶ୍ରମିକ ଭାବରେ କାମ କରୁଥିବାବେଳେ ପ୍ରତିଦିନ ମଦ୍ୟପାନ କରିବା ପରେ ସେ ନିଜ ପତ୍ନୀଙ୍କ ସହିତ ଘରେ ଝଗଡା କରୁଥିଲେ |

ତେବେ ରବିବାର ମଧ୍ୟାହ୍ନରେ ମଧ୍ୟ ପପୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରୀନା ବିଷ ପିଇଦେଇଥିଲେ | ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ଯେତେବେଳେ ପପୁଙ୍କର ନିଶା ଖସିଯାଇଥିଲା ସେ ନିଜ ଭୁଲ ବୁଝିପାରିଥିଲେ ଓ ପପୁ ଡାକ୍ତରଖାନାରେ ପହଂଚି ମେଡିକାଲ ବେଡ଼ରେ ପଡିଥିବା ପତ୍ନୀଙ୍କୁ କ୍ଷମା ମାଗିଥିଲେ | ଆଉ କେବେ ବି ମଦ୍ୟପାନ କରିବେ ନାହିଁ ବୋଲି କାନ ଧରି ପ୍ରତିଶୃତି ଦେଇଥିଲେ। ଆଉ ଏହି ଦୃଶ୍ୟ ଦେଖି ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପପୁ ଚୌଧୁରୀ କ୍ୟାମେରା ଆଗରେ ମଧ୍ୟ ମଦ୍ୟପାନ ନକରିବାକୁ ଶପଥ ନେଇଥିଲେ ।

ସମ୍ବନ୍ଧିତ ଖବର