ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ୍‌ର ରାଜନଗର ଏକ୍ସଟେନସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପୋଶ୍‌ ସୋସାଇଟିରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣାଟି ସୋସାଇଟି ଅଜନରା ଇଣ୍ଟିଗ୍ରିଟିରେ ଘଟିଛି। ହତ୍ୟା ପରଠାରୁ ସ୍ୱାମୀ ଫେରାର୍ ଥିବା ସୂଚନା ରହିଛି।ରିପୋର୍ଟ ଅନୁଯାୟୀ, ହତ୍ୟା କରାଯାଇଥିବା ମହିଳା ଜଣେ ଗ୍ୟାଙ୍ଗଷ୍ଟର ଥିଲେ। ମହିଳାଙ୍କୁ ତାଙ୍କ ସ୍ବାମୀ ନିଜର ୧୧ ବ‌ର୍ଷର ଝିଅ ସମ୍ମୁଖରେ ହତ୍ୟା କରିଛନ୍ତି। 

Advertisment

ଘଟଣାଟି ଏମିତି, ମୃତ ମହିଳାଙ୍କ ନାମ ରୁବି। ସେ ଗାଜିଆବାଦର ମୋଦିନଗର ପୁଲିସ ଷ୍ଟେସନର ଜଣେ ଗ୍ୟାଙ୍ଗଷ୍ଟର। ରିପୋର୍ଟ ଅନୁଯାୟୀ, ଏକ ପାସପୋର୍ଟକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯାହାକି ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିଲା। ମୃତ ମହିଳାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଅନୁଯାୟୀ ଅଭିଯୋଗ ହୋଇଥିବା ବି କୁହାଯାଉଛି।

ଏସିପି ନନ୍ଦଗ୍ରାମ ଉପାସନା ପାଣ୍ଡେଙ୍କ ଅନୁଯାୟୀ, ସ୍ୱାମୀଙ୍‌କ ନାମ ବିକାଶ ଆହଲାୱତ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସ୍ୱାମୀ ଏବଂ ସ୍ତ୍ରୀ ଅଧିକାଂଶ ସହ ପରସ୍ପରଙ୍କ ସହ ଝଗଡ଼ାଝାଟି କରୁଥିଲେ। ଉଭୟଙ୍କ ସଂପର୍କ ସେତେଟା ଭଲନଥିଲା।

ମଙ୍ଗଳବାର ଦିନ ପାସପୋର୍ଟକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିକାଶ କ୍ରୋଧିତ ହୋଇ ରୁବିକୁ ଗୁଳି କରିଥିଲେ। ଏହି ସମୟରେ ୧୧ ବର୍ଷର ଝିଅ ଘରେ ଥିଲା, ଯେତେବେଳେ ଅନ୍ୟ ଝିଅ ସ୍କୁଲରେ ଥିଲା। ରୁବି ୨୦୨୦ ମସିହାରେ ମୋଦିନଗର ଥାନାରେ ଜଣେ ଗ୍ୟାଙ୍ଗଷ୍ଟର ଥିଲା, ଯେତେବେଳେ ବିକାଶଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏବେ ଏହି ଘଟଣା ପରଠାରୁ ପୁଲିସ ପଳାତକ ବିକାଶଙ୍କୁ ଖୋଜୁଛି।