‘ମୋର ସ୍ତ୍ରୀ ହନିଟ୍ରାପରେ ଲୋକଙ୍କୁ ଫସାଇ, ଗୁଡ଼ାଏ ଟଙ୍କା ଦାବି କରିଥାଏ’ ବୋଲି ଥାନାରେ ପହଞ୍ଚି ଅଭିଯୋଗ କଲେ ସ୍ବାମୀ

ନୂଆଦିଲ୍ଲୀ: ନୋଏଡାର ଏକ ଥାନାରେ ଜଣେ ଯୁବକ ପହଞ୍ଚି ନିଜର ସ୍ତ୍ରୀ ବିରୋଧରେ ମାମଲା ରୁଜୁ କରିଛନ୍ତି। ଯୁବକ ଜଣକ ଥାନାରେ ପହଞ୍ଚି ଅଭିଯୋଗ କରି କହିଛନ୍ତି, ‘ମୋର ସ୍ତ୍ରୀ ଲୋକମାନଙ୍କୁ ପ୍ରଥମେ ମିଠାମିଠା କଥା କହି ବିଶ୍ବାସ ଜିତିଥାଏ। ଏହାପରେ ସେମାନଙ୍କୁ ହନିଟ୍ରାପରେ ଫସାଇ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥାଏ। ଏଯାବତ ମୋ ସ୍ତ୍ରୀ ଅନେକ ଲୋକଙ୍କୁ ହନିଟ୍ରାପରେ ଫସାଇ ସାରିଛି।’

ପୁଲିସ ଯୁବକଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ତ୍ରୀ ବିରୋଧ‌ରେ ସେକ୍ଟର-୪୯ ଥାନାରେ ମାମଲା ରୁଜୁ କରିଛି। ଏଥିସହିତ ପୁଲିସ ଘଟଣାର ଯାଞ୍ଚ ବି ଆରମ୍ଭ କରି ଦେଇଛି।

Bizarre: Dreaded Gangster Weds this Lady Police Official

ସେକ୍ଟର-୪୧ରେ ରହୁଥିବା ଦୀପକ କୁମାର କହିଛନ୍ତି, ‘ଡେଟିଂ ଆପ ଜରିଆରେ ତାଙ୍କର ଉର୍ମିଲା (ଛଦ୍ମନାମ) ସହିତ ଚିହ୍ନା ପରିଚୟ ହୋଇଥିଲା। କିଛିଦିନ କଥା ହେବା ପରେ ସେ ମୋତେ ଭେଟିବାକୁ ଡାକିଥିଲା। ଆଉ ତାର କଥାରେ ମୁଁ ଭାସି ଯାଇ ଶାରୀରିକ ସମ୍ପର୍କ ବି ରଖିଥିଲି। ଏହାପରେ ସେ ମୋତେ ବ୍ଲାକମେଲ କରିବା ସହିତ ବହୁତଗୁଡାଏ ଟଙ୍କା ଦାବି କରିଥିଲା। ସେ ମାଗିଥିବା ଟଙ୍କା ନଦେଲେ ସେ ମୋତେ ଦୁଷ୍କର୍ମ ମାମଲାରେ ଫସାଇ ଜେଲ ପଠାଇ ଦେବ ବୋଲି ବି କହିଥିଲା। ଭୟରେ ମୁଁ ଉର୍ମିଲାକୁ ବିବାହ କରି ଥିଲି। ପରେ ମୁଁ ଜାଣିବାକୁ ପାଇଲି ଉର୍ମିଲା ପୂର୍ବରୁ ବିବାହିତ। ସେ ସୋସିଆଲ ମିଡିଆରେ ନିଜକୁ ସିଙ୍ଗଲ ବୋଲି ପରିଚୟ ଦେଇଛି। ଆଉ ଲୋକଙ୍କୁ ହନିଟ୍ରାପରେ ଫସାଉଛି।’

ସମ୍ବନ୍ଧିତ ଖବର