ନାଗପୁର: ପତ୍ନୀଙ୍କ ଆତ୍ମହତ୍ୟା ପରେ ସ୍ୱାମୀ ମଧ୍ୟ ନିଜ ଜୀବନ ହାରିଦେଇଛନ୍ତି | ତେବେ ମୃତ୍ୟୁ ପୂର୍ବରୁ ନିଜର ଯନ୍ତ୍ରଣାକୁ ଫେସବୁକ ଲାଇଭରେ ବଖାଣିଛନ୍ତି ସ୍ୱାମୀ | ମହାରାଷ୍ଟ୍ରର ଜଲଗାଓଁରୁ ଏଭଳି ଏକ ଯନ୍ତ୍ରଣାଦାୟକ ଖବର ଆସିଛି | ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ଆତ୍ମହତ୍ୟା କରିଥିଲେ | ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପ୍ରମୋଦ ସେଠ ବୋଲି ଜଣାପଡିଥିବାବେଳେ ଦୀପାବଳି ପୂର୍ବ ଦିନ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ।
ଉଭୟ ପ୍ରେମ ବିବାହ କରିଥିବାବେଳେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ମଙ୍ଗଳବାର ଦିନ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରମୋଦ ଚଳନ୍ତା ଟ୍ରେନର ଦ୍ୱାରରେ ଠିଆ ହୋଇ ଏକ ଲାଇଭ ଭିଡିଓ କରିଥିଲେ | ପତ୍ନୀଙ୍କ ମୃତ୍ୟୁ ପରେ କିଭଳି ସେ ଭାଙ୍ଗିପଡିଛନ୍ତି ସେ ବାବଦରେ ଏହି ଲାଇଭ ଭିଡିଓରେ କହିଥିଲେ | ମଙ୍ଗଳବାର ଅପରାହ୍ନରେ ପ୍ରମୋଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା |
ଟ୍ରେନରୁ ଡେଇଁପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତଦେହକୁ ଜବତ କରିବା ପରେ ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କ ପତ୍ନୀ କଣ ପାଇଁ ଆତ୍ମହତ୍ୟା କରିଥିଲେ ସେ ବାବଦରେ କିଛି ଜଣାପଡିନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/asww.png)