ସ୍ତ୍ରୀ ଓ ପ୍ରେମିକ ପାଇଁ ମୋବାଇଲ ଟାୱାରରେ ଆତ୍ମହତ୍ୟା ପାଇଁ ଝିଅକୁ ଧରି ଚଢିଲେ ସ୍ୱାମୀ

ଲଖନଉ: ପତ୍ନୀ ଓ ତାଙ୍କ ପ୍ରେମିକ ପାଇଁ ମୋବାଇଲ ଟାୱାରରେ ଚଢିଲେ ସ୍ୱାମୀ | ଘରୋଇ କଳହରୁ ଆଜି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି | ଉତ୍ତରପ୍ରଦେଶର ରାମପୁରରେ ଏଭଳି ଘଟଣା ଘଟିଛି | ରାମପୁରର ଟାନଡାରେ ରହୁଥିବା ଅକିଲ ନାମକ ବ୍ୟକ୍ତି ନିଜର ପତ୍ନୀଙ୍କ ଓ ୪ ବର୍ଷର ଝିଅ ସହ ରୁହନ୍ତି | ତେବେ କିଛି ଦିନ ଧରି ଅକିଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ରହୁଥିଲା | ଅକିଲ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ଆଉ କାହା ସହ ସମ୍ପର୍କ ଅଛି | ଏହି ଘଟଣାକୁ ନେଇ ସେ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ପୁଲିସ ତାଙ୍କ କଥା ଶୁଣିନଥିଲା |

ଆଉ ଏଥିରେ ଭାଙ୍ଗିପଡି ସେ ଆଜି ତାଙ୍କ ଝିଅକୁ ଧରି ଏକ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇଥିଲେ | ଆଉ ଏହି ଘଟଣା ସାରା ଅଞ୍ଚଳରେ ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ସହ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ପହଂଚିଥିଲେ | ଅକିଲଙ୍କ ସମସ୍ତ ଦାବିକୁ ପୂରଣ କରାଯିବାର ପ୍ରତିଶୃତି ଦେବା ପରେ ସେ ଶେଷରେ ଟାୱାର ତଳକୁ ଓହ୍ଲାଇଆସିଥିଲେ | ତେବେ ଝିଅର ଜୀବନକୁ ବିପଦରେ ପକାଇଥିବା ଅଭିଯୋଗରେ ପୁଲିସ ଅକିଲଙ୍କୁ ଗିରଫ କରିଛି |

Photo-aajtak

ପୁଲିସର କହିବା ମୁତାବକ ଆଜି ସକାଳେ ଜଣେ ବ୍ୟକ୍ତି ନିଜ ଝିଅ ସହ ଟାୱାରରେ ଚଢି ଉପରୁ ଝିଅକୁ ଫିଙ୍ଗି ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ | ତେବେ ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା ଓ ଶେଷରେ ଯୁବକ ଜଣକ ପୁଲିସର କଥା ମାନି ତଳକୁ ଓହ୍ଲାଇଆସିଥିଲେ | ଏହା ପରେ ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ପତ୍ନୀ ଓ ପ୍ରେମିକଙ୍କୁ ଥାନାରେ ଅଟକ ରଖିଛି |

ସମ୍ବନ୍ଧିତ ଖବର