ପ୍ରେମିକ ସହ ପଳାଇଲା ପତ୍ନୀ, ଶ୍ୱଶୁରଙ୍କୁ ହତ୍ୟା କରି ପ୍ରତିଶୋଧ ନେଲା ସ୍ୱାମୀ

ମୁମ୍ବାଇ: ନିଜ ପୁରୁଣା ପ୍ରେମିକ ସହ ପଳାଇଲା ପତ୍ନୀ, ଆଉ ଏଥିରେ ରାଗିଯାଇ ନିର୍ଦ୍ଦୋଷ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେଲା ସ୍ୱାମୀ | ମହାରାଷ୍ଟ୍ରର ଜଲାନା ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛି । ପ୍ରକୃତରେ ଯୁବକଙ୍କ ପତ୍ନୀ ତାଙ୍କୁ ଧୋକା ଦେଇ ନିଜ ପ୍ରେମିକ ସହିତ ପଳାଇଥିଲେ। ଆଉ ପତ୍ନୀଙ୍କଠାରୁ ଏଭଳି ପ୍ରତାରଣା ପାଇବା ପରେ ବ୍ୟକ୍ତି ଜଣକ ତାଙ୍କ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେଇଥିଲେ। ରିପୋର୍ଟ ଅନୁଯାୟୀ ବୁଧବାର ଦିନ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ପୈଠନର କିଶୋର ଶିବଦାସ ପୱାର ବୋଲି ଜଣାପଡିଛି। ମୃତକଙ୍କ ନାମ ପଣ୍ଡିତ ଭାନୁଦାସ କାଲେ ହୋଇଥିବାବେଳେ ମୃତକଙ୍କ ପୋଷ୍ଟମର୍ଟମ କରିବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସ ଇନ୍ସପେକ୍ଟର ଶିରିଶ ହୁମ୍ବେ କହିଛନ୍ତି ଯେ ପତ୍ନୀ ନିଜ ପ୍ରେମିକ ସହ ଚାଲିଯିବା ପରେ ଅଭିଯୁକ୍ତ ସ୍ୱାମୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। କିଶୋର ଅଭିଯୋଗ କରିଥିଲେ ଯେ ପତ୍ନୀ ଚାଲିଯିବା ପଛରେ ଭାନୁଦାସଙ୍କର ହାତ ରହିଛି | ତେବେ ଭାନୁଦାସ ଏହାକୁ ଖଣ୍ଡନ କରିଥିଲେ ଓ ଝିଅ ପଳାଇଯିବା ବାବଦରେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ | ତେବେ ଏଥିରେ ରାଗିଯାଇ କିଶୋର ତାଙ୍କ ଶ୍ୱଶୁରଙ୍କୁ ଗୁଳି କରିଥିଲେ। ଆଉ ଘଟଣାସ୍ଥଳରେ ହିଁ ଭାନୁଦାସଙ୍କର ମୃତ୍ୟୁ ହୋଇଯାଇଥିଲା | କିଶୋର ଏବେ ଫେରାର ଥିବାବେଳେ ପୁଲିସ ଏବେ ତାଙ୍କୁ ଖୋଜୁଛି |

ସମ୍ବନ୍ଧିତ ଖବର