ଇଭାଙ୍କାଙ୍କୁ ସ୍ୱାଗତ ପାଇଁ ହାଇଦ୍ରାବାଦ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଓଦ୍ୟୋଗିକ ସମ୍ମିଳନୀ (ଜିଇଏସ୍‌)-୨୦୧୭। ବିଶ୍ୱ ଓଦ୍ୟୋଗିକ ସପ୍ରାହ ଅବସରରେ ଏଠାରେ ତିନିଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ଵାଇଟ ହାଉସ୍‌ର ମୁଖ୍ୟ ଉପଦେଷ୍ଟା ଇଭାଙ୍କା ଟ୍ରମ୍ପ (୩୬ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ଦାୟିତ୍ୱରେ ରହିଛନ୍ତି ଭାରତ ଓ ଆମେରିକା । ୧୭୦ଟି ଦେଶର ୧୫ଶହ ପ୍ରତିଷ୍ଠିତ ତଥା ସଫଳ ଉଦ୍ୟୋଗୀ ଏହି ସମ୍ମିଳନୀରେ ଭାଗନେବେ । ଇଭାଙ୍କାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ହାଇଦ୍ରାବାଦରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ରହିଛି ‘ମହିଳା ପ୍ରଥମ,ସମୃଦ୍ଧି ସମସ୍ତଙ୍କର।’ ବ୍ୟବସାୟ କ୍ଷେତ୍ରରେ ମହିଳାଙ୍କ ଅଗ୍ରାଧିକାରକୁ ସମର୍ଥନ କରିବା ସହ ସାରା ବିଶ୍ୱର ଅର୍ଥନିତୀରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ରହିଛି ।ଏନେଇ ଆମେରିକା ହ୍ଵାଇଟ ହାଉସ୍‌ ପକ୍ଷରୁ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି ଇଭାଙ୍କାଙ୍କୁ ସ୍ୱାଗତ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର