ହାଇଦ୍ରାବାଦ: କାରର ସନରୁଫରେ ପରସ୍ପରକୁ ଚୁମ୍ବନ ଦେଲେ ଦମ୍ପତି। ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋକେ। ଏହି ଘଟଣାଟି ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ପିଭି ନରସିଂହ ରାଓ ଏକ୍ସପ୍ରେସୱେରେ ଘଟିଛି। କାରଟି ରାଜପଥରେ ଦ୍ରୁତ ଗତିରେ ଗତି କରୁଥିବା ସହ ଦମ୍ପତି କାର୍ ସନରୁଫରେ ଉପରକୁ ଉଠି ପରସ୍ପରକୁ ଚୁମ୍ବନ ଦେଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରଠାରୁ ଏହା ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାରୁ ଏବେ ଲୋକେ ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସହ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକଜଣକ ବାରମ୍ବାର ଯୁବତୀକୁ ଚୁମ୍ବନ ଦେଉଛନ୍ତି। ତା’ପରେ ସେ ହାତ ଉପରକୁ ଟେକି ଖୋଲା ପବନର ମଜା ନେଉଛନ୍ତି। ହେଲେ ତାଙ୍କର ଏଭଳି କାମ ପାଇଁ ଅନ୍ୟ ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧାକୁ ସେ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଦେଇଛନ୍ତି।
Hope @hydcitypolice will take action on this unsafe driving mode & Inconvenience caused to public.. #PVNRExpresswaypic.twitter.com/K2QgqgpStp
— Dharani (@DharaniBRS) October 15, 2023
ତେବେ ଏଭଳି ଘଟିବା ସମୟରେ ପଛରେ ଆସୁଥିବା ଏକ କାରର ଚାଳକ ନିଜ ମୋବାଇଲରେ ଏହାକୁ ରେକର୍ଡ କରିଥିଲେ। ପରେ ସେ ଏହାକୁ ସୋସିଆଲ ମିଡିଆରେ ସେୟାର କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ଏକ୍ସରେ ସେୟାର କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।