ହାଇଦ୍ରାବାଦ ଏନ୍‌କାଉଣ୍ଟର୍‌: ତିନିଜଣିଆ ସଦସ୍ୟବିଶିଷ୍ଟ ତଦନ୍ତ କମିସନ ଗଠନ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ତେଲେଙ୍ଗାନା ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଚାରି ସନ୍ଦିଗ୍ଧଙ୍କ ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବାକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଏକ ତିନିଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି।

ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ତେଲେଙ୍ଗାନା ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ ରୋହତଗିଙ୍କୁ କହିଛନ୍ତି ଯେ ଏନ୍‌କାଉଣ୍ଟର୍‌ ଘଟଣାର ତଦନ୍ତ ଜରୁରୀ।

ପୂର୍ବରୁ ପ୍ରଧାନ ବିଚାପତି କହିଥିଲେ ଯେ ଏ ଘଟଣାର ତଦନ୍ତ କରିବାକୁ ଶୀର୍ଷ ଅଦାଲତର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା କଥା ଆଜି ସୁପ୍ରିମ୍‌ କୋର୍ଟ ଘୋଷଣା କରିବେ।

Image Courtesy of Livemint

ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େ ଆଜି କହିଛନ୍ତି ଯେ ଏସ୍‌ଆଇଟି ଚଳାଇଥିବା ତଦନ୍ତ ଚାଲୁ ରହିବ, କିନ୍ତୁ ସମାନ୍ତରାଳ ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟ ଜଣେ ବିଚାରପତି ନିଯୁକ୍ତ କରିବେ।

ଏସ୍‌ଆଇଟି ତଦନ୍ତକାରୀ କମିଟିକୁ ରିପୋର୍ଟ ଦେଇ ପାରନ୍ତି।

ମୁକେଶ ଶର୍ମା ନାମକ ଜଣେ ଆବେଦନକାରୀ କହିଛନ୍ତି ଯେ ଏହା ହାଜତ ମୃତ୍ୟୁ ହୋଇଥିବାରୁ ସନ୍ଦିଗ୍ଧମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଉଚିତ।

ସମ୍ବନ୍ଧିତ ଖବର