ହାଇଦ୍ରାବାଦ: ନିଜ ଜୀବନସାଥୀଙ୍କ ସହ ସାଧାରଣ ଝଗଡ଼ାକୁ ନେଇ ହତ୍ୟା ମାମଲା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ହାଇଦ୍ରାବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେସର କୁକର୍ରେ ସିଝେଇବା ପରେ ନେଇ ହ୍ରଦରେ ଫିଙ୍ଗୁଥିଲେ ବୋଲି ଅଭିଯୋଗ ହୋଇଛି।
ଏବେ ଜଣେ ସୁରକ୍ଷାକର୍ମୀ ଥିବା ଏହି ଅଭିଯୁକ୍ତ ପୂର୍ବରୁ ସେନାରେ କାମ କରି ସାରିଛନ୍ତି। ତାଙ୍କ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ସେ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ମହିଳା ଜଣକ କିଛି ଦିନ ପର୍ଯ୍ୟନ୍ତ ନମିଳିବାରୁ ତାଙ୍କ ବାପାମାଆ ଗତ କିଛି ସପ୍ତାହ ତଳେ ପୁଲିସ୍ରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଇଥିଲେ। ଏବେ ଜଣାପଡ଼ିଛି ଯେ ମହିଳା ଜଣକ ନିଖୋଜ ନଥିଲେ ବରଂ ତାଙ୍କ ନିଜ ସ୍ବାମୀ ହିଁ ତାଙ୍କର ନିର୍ମମ ହତ୍ୟା କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରି ବୁଧବାର ଦିନ ପ୍ରମୃତ ମାମଲା କ’ଣ ଜାଣିପାରିଛି। ପୁଲିସ୍ ଏବେ ଅଭିଯୁକ୍ତ ସ୍ବାମୀକୁ ହେପାଜତରେ ନେଇ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/23/fIq4UoaSuZB1r2fnjV3K.jpg)
