ହାଇଦ୍ରାବାଦ ଅନର କିଲିଂ ଘଟଣାରେ ମୁହଁ ଖୋଲିଲେ ଅୱେସୀ, ଇସଲାମ୍‌ ଅନୁଯାୟୀ ଜଘନ୍ୟ ଅପରାଧ

ହାଇଦ୍ରାବାଦ : ହାଇଦ୍ରାବାଦରେ ଦଳିତ ଯୁବକ ବି ନାଗରାଜୁଙ୍କ ‘ଅନର୍‌ କିଲିଂ’ (ସମ୍ମାନ ପାଇଁ ପରିବାର ଦ୍ବାରା ହତ୍ୟା) ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ନାଗରାଜୁଙ୍କୁ ତାଙ୍କ ମୁସଲମାନ ପତ୍ନୀଙ୍କ ପରିବାର ସଦସ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେପି ଏହି ଘଟଣାର କଡ଼ା ନିନ୍ଦା‌ କରି କ୍ୟାଣ୍ଡେଲ୍‌ ଲାଇଟ୍‌ ଶୋଭାଯାତ୍ରା କରିଛି।

ତେବେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀ ଶନିବାର ଦିନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଏବଂ ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ଅୱେସୀ କହିଛନ୍ତି, ଇସଲାମ୍‌ ଅନୁଯାୟୀ ଏହା ଏକ ଅତି ଜଘନ୍ୟ ଅପରାଧ। ମହିଳା ତାଙ୍କ ଇଚ୍ଛା ଅନୁଯାୟୀ ବିବାହ କରିଥିଲେ। ମହିଳାଙ୍କ ଭାଇଙ୍କର ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାର କୌଣସି ଅଧିକାର ନାହିଁ ବୋଲି ଅୱେସୀ କହିଛନ୍ତି। ଆମେ ଅପରାଧୀଙ୍କୁ ସମର୍ଥନ କରୁନାହୁଁ ବୋଲି ଅୱେସୀ କହିଛନ୍ତି।

ସମ୍ବନ୍ଧିତ ଖବର