ହାଇଦ୍ରାବାଦ: ଶୁକ୍ରବାର ଦିନ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (ସଂକ୍ଷେପରେ ‘କେସିଆର୍‌’) ବାମପାର୍ଶ୍ବ ନିତମ୍ବାସ୍ଥି ଖଞ୍ଜାର ସମ୍ପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା କଥା ‘ଯଶୋଦା ହସ୍ପିଟାଲ୍‌’ କହିଛି।

Advertisment

ଦଳେ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରୀ କର୍ମଚାରୀମାନେ ‘କେସିଆର୍‌’ଙ୍କ ନିତମ୍ବାସ୍ଥି ଖଞ୍ଜା ପ୍ରତିରୋପଣ ନିମନ୍ତେ ଅସ୍ତ୍ରୋପଚାର କରିଥିଲେ।

ଶୁକ୍ରବାର ରାତିରେ ଡାକ୍ତରଖାନା ଜାରି କରିଥିବା ‘ହେଲ୍‌ଥ୍‌ ବୁଲେଟିନ୍‌’ରେ କହିଛି, ବ୍ୟବସ୍ଥିତ ଭାବେ ରାଓଙ୍କ ବାମପାର୍ଶ୍ବ ନିତମ୍ବାସ୍ଥିର ସମ୍ପୂର୍ଣ୍ଣ ପ୍ରତିରୋପଣ କରାଯାଇଛି। ଏଥି ନିମନ୍ତେ କରାଯାଇଥିବା ଅସ୍ତ୍ରୋପଚାରକୁ ସେ ଖୁବ୍‌ ସହ୍ୟ କରିଛନ୍ତି ଓ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସ୍ବାଭାବିକ ଥିଲା।

publive-image Image Courtesy of India Today

ଅସ୍ତ୍ରୋପଚାର ପରେ ରାଓଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି ଓ ସେ ସୁସ୍ଥ ହେଉଛନ୍ତି। ୬ରୁ ୭ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ତାଙ୍କୁ ସାଲାଇନ୍‌, ସଂକ୍ରମଣ ପ୍ରତିରୋଧକାରୀ  ଆଣ୍ଟିବାୟୋଟିକ୍‌ ଓ ଯନ୍ତ୍ରଣାନାଶକ ଔଷଧ ଦିଆଯାଉଛି। ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଚଳପ୍ରଚଳ କରିବା, ଫିଜିଓଥେରାପି ଦେବା ଓ ପୋଷକତତ୍ତ୍ବ ଦେବା ବିଷୟରେ ବିଚାର କରାଯିବ ବୋଲି ଡାକ୍ତରଖାନା ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

publive-image Image Courtesy of India TV

‘ବିଆର୍‌ଏସ୍‌’ ନେତା ଦାସୋଜୁ ଶ୍ରବଣ କହିଛନ୍ତି, ଅସ୍ତ୍ରୋପଚାର ସଫଳ ହୋଇଛି। ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ୩ ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ବିଦା କରାଯିବ ବୋଲି ଆଶା କରୁଛୁ।

ତାଙ୍କ ପୁଅ ତଥା ‘ବିଆର୍‌ଏସ୍‌’ ନେତା କେ. ଟି. ରାମା ରାଓ କହିଥିଲେ, ଗୋଡ଼ ଖସିଯିବାରୁ ଶ୍ରୀ କଳ୍‌ବାକୁନ୍ତଳା ଚନ୍ଦ୍ରଶେଖର ରାଓ ଗାରୁ ବାସଭବନସ୍ଥିତ ଗାଧୁଆଘରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ସୋମାଜିଗୁଡ଼ାସ୍ଥିତ ଯଶୋଦା ହସ୍ପିଟାଲ୍‌କୁ ନିଆଯାଇଥିଲା। ‘ସିଟି ସ୍କାନ୍‌’ ଓ ଅନ୍ୟାନ୍ୟ ଯାଞ୍ଚଦ୍ବାରା ଜଣାପଡ଼ିଲା ଯେ, ତାଙ୍କ ବାମପାର୍ଶ୍ବ ନିତମ୍ବାସ୍ଥି ଭାଙ୍ଗିଯାଇଛି। ତାଙ୍କର ନିତମ୍ବାସ୍ଥି ପ୍ରତିରୋପଣ କରାଯିବ।