ପ୍ରାତଃ ଭୋଜନ ପାଇଁ ହୋଟେଲରେ ପହଞ୍ଚିଲେ ବ୍ୟବସାୟୀ, ଖାଦ୍ୟ ନ ଦେଇ ମୁହଁରେ ଗରମ ତେଲେ ଢ଼ାଳିଦେଲା ରୋଷେୟା

ହାଇଦ୍ରାବାଦ୍‌ : ଆଜି କାଲି ବିଭିନ୍ନ ରେସ୍ତୋରାଁ ବା ହୋଟେଲରେ ଖାଦ୍ୟ ଖାଇବା ପାଇଁ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ବଡ଼ ବଡ଼ ହୋଟେଲରେ ଯଦି କେହି ଭୋକିଲା ପହଞ୍ଚିଥିବ, ତେବେ ତାହାର ଭୋକ ମରିଯିବା ପରେ ଯାଇ ତାକୁ ଖାଦ୍ୟ ମିଳିଥାଏ । ତେବେ ଏଭଳି  ଘଟଣା କିଛି ନୂଆ କଥା ନୁହେଁ । ପ୍ରତି ସହରରେ ଏଭଳି ଘଟିଥାଏ । କିନ୍ତୁ ହାଇଦ୍ରାବାଦରେ ଖାଦ୍ୟ ଦେବା କ’ଣ ପାଇଁ ବିଳମ୍ବ ହେଉଛି ବେୋଲି ପଚାରିବାରୁ ରୋଷେୟା ଯୁବକଙ୍କ ଉପରେ ଗରମ ତେଲ ଢ଼ାଳିଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଘଟଣା ପରେ ପୁଲିସ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।

indiatimes.com

ସୂଚନା ମୁତାବକ, ଶୁକ୍ରବାର ହୋଟେଲ ହରିମନକୁ ସକାଳ ଭୋଜନ କରିବା ପାଇଁ ପହଞ୍ଚିଥିଲେ ବ୍ୟବସାୟୀ ମହମ୍ମଦନ ବିନ ବକଶଦି । ସେଠାରେ ପହଞ୍ଚି ପୁରୀ ଅର୍ଡର କରିବା ପରେ ତାଙ୍କୁ ୧୫ମିନିଟ୍‌ ମଧ୍ୟରେ ଖାଦ୍ୟ ଦିଆଯିବ ବୋଲି ହୋଟେଲର େଓ୍ଵଟର କହିଥିଲେ । କିନ୍ତୁ ଚାହୁଁ ଚାହୁଁ ଅଧଘଣ୍ଟା ସମୟ ବିତିଯିବାରୁ ମହମ୍ମଦ ହୋଟେଲର ମ୍ୟାନେଜର ଏବଂ ରୋଷେୟା ଜାହାଙ୍ଗିରଙ୍କ ସହ ଝଗଡ଼ା କରିଥିଲେ । ବଚସା ଧିରେ ଧିରେ ବଢ଼ିବାରୁ ମହମ୍ମଦ ଅପଶବ୍ଦ ବ୍ୟବହାର କରୁଥିବା ଦେଖି ଜାହାଙ୍ଗିର ରାଗରେ ମହମ୍ମଦଙ୍କ ମୁହଁକୁ ଗରମ ତେଲ ଫିଙ୍ଗି ଦେଇଥିଲେ । ଯାହାଦ୍ୱାରା ମହମ୍ମଦଙ୍କୁ ମୁହଁ ଅଧା ପୋଡ଼ି ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର