ସିକାଗୋରେ ପଢୁଥିବା ହାଇଦ୍ରାବାଦୀ ଛାତ୍ରଙ୍କୁ ଗୁଳିମାଡ଼

ହାଇଦ୍ରାବାଦ: ଆମେରିକାର ସିକାଗୋରେ ପଢୁଥିବା ଜଣେ ହାଇଦ୍ରାବାଦୀ ବ୍ୟକ୍ତିଙ୍କୁ ଅଜ୍ଞାନ୍ତ ଆତତାୟୀମାନେ ଗୁଳି ମାରିଛନ୍ତି। ଏବେ ସେ ସିକାଗୋର ଏକ ଡାକ୍ତରଖାନାରେ ମୃତ୍ୟୁ ସହ ଲଢୁଛନ୍ତି।

ଆହତ ଜଣକ ହେଉଛନ୍ତି ୩୫ ବର୍ଷିୟ ମହମ୍ମଦ ଅକବର। ଯୁକ୍ତରାଷ୍ଟ୍ର ଆମେରିକାର ଲିଓନିସ୍‌ ପ୍ରଦେଶ ଅନ୍ତର୍ଗତ ସିକାଗୋ ଠାରେ ସେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି।

ସାଙ୍ଘାତିକ ଅବସ୍ଥାରେ ହାଇଦ୍ରାବାଦର ଅକବରଙ୍କୁ ସିକାଗୋର ଏକ ଡାକ୍ତରଖାନାରେ ଦାଖଲ କରାଯାଇଥିଲା।

ଆକବରଙ୍କ ପରିବାର ଦେଇଥିବା ତଥ୍ୟାନୁସାରେ, ଶନିବାର ସକାଳେ ସିକାଗୋ ନିକଟସ୍ଥ ଅଲବାନି ପାର୍କଠାରେ ଏକ ପାର୍କିଂସ୍ଥଳୀରେ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ ଅଚିହ୍ନା ଆକ୍ରମଣକାରୀମାନେ ଅକବର୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଅକବରଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ। ସେମାନେ ତାଙ୍କୁ ନେଇ ଏକ ନିକଟବର୍ତ୍ତୀ ଡାକ୍ତରଖାନାକୁ ଯାଇଥିଲେ।

ଆକ୍ରମଣ ମାମଲାରେ କାଉଣ୍ଟି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବାକୁ ଉଦ୍ୟମ ଚାଲିଛି।

ସହାୟତା ପାଇଁ ହାଇଦ୍ରାବାଦର ମାଲ୍ଲାପୁର ଅଞ୍ଚଳରେ ରହୁଥିବା ଅକବରଙ୍କ ପରିବାର ସହାୟତା ପାଇଁ ତେଲେଙ୍ଗାନା ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର